ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଗାଜା ଉପରେ ଲଗାତାର ଇସ୍ରାଏଲ ଆକ୍ରମଣ ଯୋଗୁଁ ଇସଲାମିକ୍ ଦେଶଗୁଡିକ ବହୁତ ରାଗିଛନ୍ତି । କିନ୍ତୁ ଆଜି ଆସିଥିବା ଖବର ଯାହା ଇସଲାମିକ୍ ଦେଶକୁ ଅସୁବିଧାରେ ପକାଉଛି ତାହା ଗାଜା ନୁହେଁ ବରଂ ଭାରତରୁ ଆସିଛି। ଯେଉଁଠାରେ ରୁଷ ଇସଲାମିକ୍ ଦେଶକୁ ଏକ ବଡ଼ ଝଟକା ଦେଇଛି । ବାସ୍ତବରେ, ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁ ତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକ ଦେଶ କଟକଣା ଲଗାଇଥିବାବେଳେ ଆରବ ଦେଶଗୁଡିକ ଏହି ସମୟରେ ପ୍ରଚୁର ଲାଭ ମିଳୁଥିଲା। କିନ୍ତୁ ନିକଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଋଷିଆ ଭାରତକୁ ତୈଳ ଯୋଗାଇବାରେ ଟପ୍ ସପ୍ଲାଏର ବା ରପ୍ତାନକାରୀ ଭାବେ ଉଭା ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଋଷିଆ ଭାରତକୁ ଅଶୋଧିତ ତୈଳ ରପ୍ତାନୀ କରି ୪୦ ପ୍ରତିଶତ ଅଂଶଧନ ହାସଲ କରିଛି।
ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ। ଭାରତକୁ ଅଧିକରୁ ଅଧିକ ଅଶୋଧିତ ତୈଳ ଋଷିଆ ଦ୍ୱାରା ହିଁ ଆସିଥାଏ। ବର୍ତ୍ତମାନ ଋଷିଆର ତୈଳ ଦର ପାଖାପାଖି ୮୦ ଡଲାରରେ ପହଞ୍ଚିଛି। ୨୦୨୩-୨୪ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତ ଦିନକୁ ହାରାହାରି ୧.୭୬ମିଲିୟନ ବ୍ୟାରେଲ (ବିପିଡି) ଋଷିଆ ତେଲ ଆମଦାନୀ କରିଥିଲା। ଗତ ବର୍ଷ ସମାନ ଅବଧିରେ ଏହି ଆମଦାନୀ ଦିନକୁ ପ୍ରାୟ ୭୮୦,୦୦୦ ବ୍ୟାରେଲ ଥିଲା। ଗତ ମାସରେ ଜୁଲାଇ ଏବଂ ଅଗଷ୍ଟରେ ଋଷିଆରୁ ଭାରତର ଆମଦାନୀ ୧.୫୪ନିୟୁତ ବିପିଡିଏକୁ ବୃଦ୍ଧି ପାଇ ଅଗଷ୍ଟ ତୁଳନାରେ ୧୧.୮ ପ୍ରତିଶତ ଅର୍ଥାତ ପୂର୍ବ ବର୍ଷ ତୁଳନାରେ ୭୧.୭ ପ୍ରତିଶତ ବୃଦ୍ଧି ପାଇଥିଲା।