ଓଡ଼ିଶା 365 (ବ୍ୟୁରୋ): ଏବେ ଧଡ଼ପଗଡ଼ ସତ୍ତ୍ୱେ ବି ରାଜ୍ୟରୁ କମୁନି ବେଆଇନ୍ ନିଶା କାରବାର । ବେଆଇନ ଭାବରେ କଫ୍ ସିରପ୍ ଚାଲାଣ ହେଉଥିବା ବେଳେ ଗୋଟିଏ ମିନି ପିକଅପ ଭ୍ୟାନ୍ରେ ୪ ହଜାର ବୋତଲ କଫ ସିରପ୍ ଜବତ କରିଛି ବଲାଙ୍ଗୀର ଟାଉନ ଥାନା ପୋଲିସ। ଏହାସହ ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ରଞ୍ଜନ ସ୍ବାଇଁ, ରମାକାନ୍ତ ସ୍ବାଇଁ, ପଦ୍ମନାଭ ପ୍ରଧାନ, ପରମେଶ୍ବର ଖରସେଲ, ଶୁଭାଶିଷ ବଘାର ଓ ଅଭିଜିତ ସାହୁ । ଗିରଫ ସମସ୍ତେ ବଲାଙ୍ଗୀର ଜିଲ୍ଲାର ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ରହିଛି କଫ୍ ସିରପ୍କୁ ନେଇ ମାମଲା । ଏମାନଙ୍କ ଠାରୁ ଗୋଟିଏ ବାଇକ୍, ଗୋଟିଏ କାର୍, ଗୋଟିଏ ପିକଅପ ଭ୍ୟାନ୍ ସହ ୩୪ ହଜାର ୫ ଶହ ଟଙ୍କା ଜବତ କରିଛି ପୋଲିସ ।
ତେବେ ସୋନପୁର ଜିଲ୍ଲାରୁ ବଲାଙ୍ଗୀର ଦେଇ ଏହି କଫ ସିରପ୍ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା ପୋଲିସ କହିଛି । ଯେଁଉମାନଙ୍କୁ ଖୋଜିବା ସହ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଲାଙ୍ଗୀର ଏସ୍ପି କହିଛନ୍ତି ।