ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ଆଜିକାଲି ଅନେକ ଲୋକଙ୍କର ପେଟ ସମସ୍ୟା ଦେଖାଦେଇଥାଏ । ପେଟରେ ଅତ୍ୟଧିକ ଗ୍ୟାସ୍ ସୃଷ୍ଟି ହେବା, ଆପଣଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡିଥାଏ । ଆଜିକାଲିର ଖାଦ୍ୟ ଓ ଜୀବନଶୈଳୀ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢିବାରେ ଲାଗିଛି । ଗ୍ୟାସର ସମସ୍ୟାକୁ ଦୂର କରିବା ପାଇଁ ଆପଣ ଦିନକୁ ଅତି କମରେ ୫ ରୁ ୬ ଥର ଅଳ୍ପ ଅଳ୍ପ ଖାଦ୍ୟ ଖାଇପାରିବେ କିନ୍ତୁ ଯଦି ତଥାପି ଗ୍ୟାସ ସମସ୍ୟାରୁ ମୁକ୍ତି ମିଳୁନାହିଁ, ତେବେ ଆପଣ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ଥିବା କିଛି ଜିନିଷ ବ୍ୟବାହର କରିପାରିବେ ।
ଖାଦ୍ୟ ଖାଇବା ପରେ ସକାଳ ସଂଧ୍ୟାରେ ପାନମଧୁରୀ ଖାଇବା ଦ୍ୱାରା ଚମକ ଆସିଥାଏ ।
ନିୟମିତ ପାନମଧୁରୀ ଖାଇଲେ ପେଟଜନିତ ସମସ୍ୟା ଯେପରିକି ଗ୍ୟାସ୍, ଏସିଡିଟି, ବଦହଜମି ଦୂର ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ପାନ ମଧୁରୀ ସହ ଗରମ ପାଣି ପିଇ ଶୋଇଲେ ପେଟ ସମସ୍ୟା ଦୂର ହୋଇଥାଏ । ପେଟର ଗ୍ୟାସ ସମସ୍ୟାକୁ ଦୂରେଇବା ପାଇଁ ଆପଣ ଜିରା ପାଉଡରର ସେବନ କରିପାରିବେ । ଗ୍ୟାସ୍ ହେବା ସମୟରେ ଅଧା ଚାମଚ ଜିରା ପାଉଡର ପାଣିରେ ମିଶାଇ ଖାଆନ୍ତୁ । ଏପରି କରିବା ଦ୍ୱାରା ତୁରନ୍ତ ଗ୍ୟାସ ସମସ୍ୟା ଦୂର ହୋଇଯାଏ ।