ଓଡ଼ିଶା 365 (ବ୍ୟୁରୋ) : ସାଧାରଣ ସମସ୍ତେ ତେଜପତ୍ରକୁ ରୋଷେଇ କାର୍ଯ୍ୟରେ ଲଗାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି ତେଜପତ୍ରରେ ଏପରି ଅନେକ ଔଷଧୀୟ ଗୁଣ ରହିଛି । ବହୁତ ଲୋକଙ୍କର ସିରା ଦୁର୍ବଳତା କାରଣରୁ ଓ ଆଣ୍ଠୁ ଗଣ୍ଠି ବିନ୍ଧା ଓ ସିରା ଅସୁବିଧା କାରଣରୁ ନିଜର ହାତ ଗୋଡ଼ ଆଣ୍ଠୁ ଭଲ ଭାବରେ ଚଳପ୍ରଚଳ ହୋଇନଥାଏ । ଯଦି ଆପଣ ଵିନ୍ଧାବିନ୍ଧିରୁ ତ୍ରାହି ପାଇବା ପାଇଁ ଚାହୁଁଛନ୍ତି ତେବେ ଘରୋଇ ଉପାୟରେ ଚିକିତ୍ସା କରିପାରିବେ ।
ତେଜପତ୍ର ଶରୀରର ବର୍ଜ୍ୟ ବସ୍ତୁକୁ ବାହାରକୁ କାଢ଼ିଥାଏ । ଆଉ ଏହି ତେଜ ପତ୍ର ଆଣ୍ଠୁ ଗଣ୍ଠି ଫୁଲା ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ । ମାତ୍ର ଗୋଟେ ତେଜପତ୍ର ଏବଂ ଜୁଆଣି ମିଶେଇ ନେବେ । ଆପଣ ଏହି ଦୁଇଟି ଜିନିଷକୁ ଫୁଟେଇ ଦିଅନ୍ତୁ । ଏହି ପାଣିରେ ଗୋଟେ ଚାମଚ ଗୁଡ଼ ଗୋଳେଇ ପିଇଲେ ଶରୀରକୁ କେବଳ ଆରାମ ନୁହେଁ ବରଂ ଆଣ୍ଠୁଗଣ୍ଠି ବିନ୍ଧାରୁ ମିଳିଥାଏ ରିହାତି । ଆପଣ ସକାଳୁ ଖାଲି ପେଟରେ ଏହାକୁ ସେବନ କରିବା ନିହାତି ଜରୁରୀ । ଏହାକୁ ଖାଲି ପେଟରେ ପିବା ଦ୍ୱାରା ଶରୀର ଉପରେ ବହୁତ ଭଲ ଭବାରେ କାର୍ଯ୍ୟ କରେ ଓ ଫୁଲା ଫୁଲି ଓ ବିନ୍ଧା ବିନ୍ଧି ଭଳି ସମସ୍ୟା ଦୁର କରିଥାଏ ।