ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିଗବସ୍ ସିଜିନ ୧୭ । ଯାହାକୁ ହୋଷ୍ଟ କରୁଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ବିଗବସକୁ ନେଇ ଦର୍ଶକମାନଙ୍କ ଭିତରେ ଅନେକ କ୍ରେଜ ଭରି ରହିଛି । ଏହି ଶୋ’କୁ ନେଇ ଏବେ ଅନେକ ବିବାଦ ସାମ୍ନାକୁ ଆସୁଛି । ‘ବିଗ୍ ବସ୍-୧୭’ର ପ୍ରତିଯୋଗୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସ୍ୱାମୀ ଭିକି ଜୈନ୍ଙ୍କ ସହ ସେ ଶୋ’ରେ ଏଣ୍ଟ୍ରି କରିଛନ୍ତି । ହେଲେ ବିଗବସ୍ ଘରେ ସ୍ୱାମୀଙ୍କ ବ୍ୟବହାରରେ ବ୍ୟସ୍ତ ହୋଇ ସେ ଶୋ’ ଛାଡ଼ିବାକୁ ଚାହୁଁଛନ୍ତି । ନିକଟରେ ଶୋ’ର ନୂଆ ପ୍ରୋମୋ ରିଲିଜ୍ ହୋଇଛି । ଏଥିରେ ଅଙ୍କିତା ଓ ଭିକିଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଫ୍ୟାନ୍ସମାନେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ଅଙ୍କିତା କହିଛନ୍ତି ଯେ, ନିଜକୁ ବ୍ୟକ୍ତିଗତ ଖେଳାଳି ଭାବେ ପ୍ରଦର୍ଶନ କରିବା ଲାଗି ଭିକି ଅନ୍ୟ ସଦସ୍ୟଙ୍କ ସହ ଖୁବ୍ ସମୟ ବିତାଉଛନ୍ତି ଏବଂ ନିଜ ଗେମ୍ ଖେଳୁଛନ୍ତି । ସେ ମତେ ଅଣଦେଖା କରୁଛନ୍ତି, ଏବଂ ମତେ ଘରେ ଏକୁଟିଆ ଅନୁଭବ କରୁଛନ୍ତି ।
ସେପଟେ ପ୍ରୋମୋରେ ଅଙ୍କିତା ଭିକିଙ୍କୁ କହୁଛନ୍ତି, ତୁମେ ଆମ ସମ୍ପର୍କକୁ ବହୁତ ହାଲୁକାରେ ନେଉଛ । ଘରୁ ଆସିବା ବେଳେ ତୁମେ କହିଥିଲ, ଆମେ ଦୁହେଁ ସାଥି ହୋଇ ରହିବା । ହେଲେ ସେମିତି କିଛି ହେଉନାହିଁ । ମୁଁ ବିଗ୍ ବସ୍କୁ ଆସିବାର କାରଣ ମୋ ପାଖରେ ସମର୍ଥନ ଥିଲା । ମୋତେ ଦୁନିଆ କଷ୍ଟ ଦେଉନି, ବରଂ ମୋତେ ମୋ ନିଜ ଲୋକ ହିଁ କଷ୍ଟ ଦେଉଛନ୍ତି ଏବଂ ମୁଁ କଷ୍ଟ ପାଉଛି । ସେପଟେ ଅଙ୍କିତାଙ୍କ ମୁହଁରୁ ଏଭଳି କଥା ଶୁଣିକି ଭିକି ଅଙ୍କିତାଙ୍କ କ୍ଷମା ମାଗିଛନ୍ତି ଏବଂ ଅଙ୍କିତା ମଧ୍ୟ ବୁଝିଯାଇଛନ୍ତି ।