ଓଡ଼ିଶା 365 (ବ୍ୟୁରୋ) : ବର୍ତ୍ତମାନର ସମୟରେ ଛୋଟରୁ ବୃଦ୍ଧ ସମେତ ଅଧିକ ଲୋକେ ନିଶା ସେବନ କରିଥାନ୍ତି । ତେବେ ଏହି ନିଶା ମଣିଷକୁ ତଳିତଳାନ୍ତ କରିଥାଏ । ଯଦିଓ ନିଶାରେ ଅନେକ ଦ୍ରବ୍ୟ ରହିଛି ତେବେ ଏଥିମଧ୍ୟରେ ମଦ ଅନ୍ୟତମ । ଏହା ଏକ ଏପରି ନିଶା ଯାହା ଗୋଟେ ବ୍ୟକ୍ତିର ଅଭ୍ୟାସ ହୋଇଗଲେ ସେହି ବ୍ୟକ୍ତିର ଜୀବନ ନଷ୍ଟ ହୋଇଯାଇଥାଏ। ନିଶା କାରଣରୁ ଅନେକ ଲୋକ ଚୋରି,ହତ୍ୟା, ମାଡ଼ ପିଟ୍ ପରି ବଡ଼ ବଡ଼ ଅପରାଧ ଘଟାଇଥାନ୍ତି । ମଦ ନିଶା ପରିବାରକୁ ନଷ୍ଟ କରିଦେଇଥାଏ । ପରିସ୍ଥିତି କିଛି ଏପରିବି ଆସିଥାଏ ଅନେକ ସମୟରେବି ବ୍ୟକ୍ତି ମଦକୁ ଛାଡ଼ିବାକୁ ଚାହୁଁଥିଲେ ବି ଛାଡ଼ି ପାରନ୍ତି ନାହିଁ । ଏହି ଉପାୟ ଦ୍ବାରା ଯଦି ଗୋଟେ ବ୍ୟକ୍ତିର ୧୦%ବି ମଦ ଛାଡ଼ିବାକୁ ଇଚ୍ଛା ଥାଏ ତେବେ ଆପଣ ନିଶ୍ଚୟ ଛାଡ଼ି ପାରିବେ।କିନ୍ତୁ ଯାହାର ଇଚ୍ଛା ନ ଥିବ ତାକୁ ୨ରୁ୩ ମାସ ଲାଗିବ । ଏହି ଉପାୟ କରିବାକୁ ହେଲେ ଆପଣଙ୍କୁ ୩ଟି ଜିନିଷ ଆବଶ୍ୟକ ।
ପ୍ରଥମେ ସୁଣ୍ଠି ଗୁଣ୍ଡ,ଜୁଆଣି ଓ ପାଣି ଗୋଟେ ପାତ୍ର ନିଅନ୍ତୁ ଏବଂ ଏହି ପାତ୍ରରେ କିଛି ପାଣି ନିଅନ୍ତୁ । ଏହା ପରେ ଏଥିରେ ଗୋଟେ ଗୋଟେ ଚାମଚ ସୁଣ୍ଠୀ ଗୁଣ୍ଡ ମିଶାନ୍ତୁ । ଏବଂ ଏକ ଚାମଚ୍ ଜୁଆଣି ପକେଇ ଦିଅନ୍ତୁ ଏବଂ ଏହାକୁ ୧୦ରୁ୧୨ ମିନିଟ୍ ଗରମ୍ କରନ୍ତୁ । ଯେତେବେଳେ ଏହା ଗରମ୍ ହୋଇ ଅଧା ଗ୍ଲାସ୍ ହୋଇଯିବ ଏହାକୁ ଛାଣି ଦିଅନ୍ତୁ । ଏହା ପରେ ଏହାକୁ ଛାଣି ଏକ କାଚ ଗ୍ଲାସରେ ୪୮ଘଣ୍ଟା ରଖନ୍ତୁ । ଏହି ହିସାବରେ ଆପଣ ଅଧିକ ବି କରି ପାରନ୍ତି । ତା ପରେ ଯେଉଁ ବ୍ୟକ୍ତି ମଦ ପିଉଛନ୍ତି ସେହି ବ୍ୟକ୍ତିକୁ ସକାଳେ ଏବଂ ସନ୍ଧ୍ୟା ସମୟରେ ଅଧା ଗ୍ଲାସ୍ ଲେଖାଏ ପିଇବାକୁ ଦିଅନ୍ତୁ । ଏହାକୁ କିଛି ଦିନ ପିଇବା ଦ୍ବାରା ଦେଖିବେ ଆଉ ମଦ ପିଇବାକୁ ଇଚ୍ଛା ହେବ ନାହିଁ । ମଦ ପିଇବା ଦ୍ବାରା ଆପଣଙ୍କ ଶରୀରରେ ସଲ୍ଫର୍ ମାତ୍ର କମି ଯାଇଥାଏ ।