ଓଡ଼ିଶା 365 (ବ୍ୟୁରୋ): ଜନ୍ମମାଟି ଶ୍ରୀକ୍ଷେତ୍ର ପୁରୀରେ ଓଡ଼ିଆ ଜାଭଲିନ ବୟ କିଶୋର ଜେନାଙ୍କୁ ଭବ୍ୟ ସ୍ୱାଗତ। ଆଜି କିଶୋର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତଥା ପୁରୀର ଅଗଣିତ କ୍ରୀଡା ପ୍ରେମୀ ଓ ସଂଗଠକ ମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଗାମୀ ଅଲମ୍ପିକ କ୍ରୀଡାରେ ଭଲ ପ୍ରଦର୍ଶନ କରିବା ପାଇଁ ମହାପ୍ରଭୁଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାପରେ ନିଜ ଜନ୍ମମାଟି ବ୍ରହ୍ମଗିରିକୁ ଯାଇଛନ୍ତି କିଶୋର।
ଦୀର୍ଘ ଦିନ ପରେ ନିଜ ଘରକୁ ଫେରିଥଇବାରୁ କିଶୋରଙ୍କ ପସନ୍ଦର ଖାଦ୍ୟ ପଖାଳ ଭାତ ଓ ଡାଲମା ସହ ବିଭିନ୍ନ ପିଠା ପଣା ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି ।