ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବ । ଉଭୟେ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି କରାଯିବ। ଏ ନେଇ ଏକ ପ୍ରେସ ରିଲିଜ ଜାରି କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ । ପ୍ରେସ୍ ରିଲିଜରେ ଗତପତି ଆହୁରି ମଧ୍ୟ କହିଛନ୍ତି ପ୍ରତ୍ୟେକ ଦିନ ଭକ୍ତଙ୍କ ଗହଳିଚହଳି ଲାଗିରହୁଥିବାରୁ ବର୍ତ୍ତମାନ ସମୟରେ ବା ଆଗାମୀ ଦିନରେ ରତ୍ନଭଣ୍ଡାର ଖୋଲିବା ଠିକ ହେବନି । ତେବେ ରଥଯାତ୍ରା ସମୟରେ ଖାଲିବା ଉଟିତ ହେବ । ଏହି ସମୟରେ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯିବ ଏବଂ ରତ୍ନ ଅଳଙ୍କାର ଗଣାଯିବ । ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି ଏବଂ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସମୀର ମହାନ୍ତିଙ୍କ ଦ୍ୱାରା ହାଇକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ ହାଇକୋର୍ଟ ଏବଂ ପରଚାଳନା କମିଟିର ନିଷ୍ପତ୍ତି ଠିକ ବୋଲି ଦର୍ଶଇଛନ୍ତି ଗଜପତି ।
ସୂଚନାଥାଉ କି, ରତ୍ନଭଣ୍ଡାର ଖୋଲିବା ପାଇଁ ଦୁଇଦିନ ତଳେ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଟିମ ଗଜପତି ମହାରାଜାଙ୍କୁ ଭେଟିଥିଲେ । ଏହା ପରେ ଗଜପତି ମହାରାଜା ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ରତ୍ନଭଣ୍ଡାର ଖୋଲିବା ନେଇ ପ୍ରେସ୍ ବିିଜ୍ଞପ୍ତି ଜାରି କରିଛନ୍ତି।