ଓଡ଼ିଶା 365 (ବ୍ୟୁରୋ) : ସୁସ୍ଥ ଶରୀର ର ଗଠନ ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି । ଏପରିକି ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଠାରୁ ଆରମ୍ଭ କରି ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । ସେଥି ମଧ୍ୟରେ ରହିଛି ଜୁଆଣି । ତେବେ ଜାଣନ୍ତୁ ଜୁଆଣିରେ କେଉଁ କେଉଁ ଔଷଧୀୟ ଗୁଣ ରହିଛି । ଜଦି ଆପଣଙ୍କର ହଜମରେ ସମସ୍ୟା ରହିଛି ତେବେ ପ୍ରତିଦିନ ଭୋଜନ କରିସାରିବା ପରେ ଜୁଆଣି ପିଅନ୍ତୁ । ଦେଖିବେ ଭଲ ହଜମ ହେବା ଆରମ୍ କରିବ ।
ଜୁଆଣି ପାଣିକୁ ସବୁଦିନେ ପିଇଲେ ଏହା ଶରୀରର ମେଟାବଲିଜମକୁ ବଢାଇବାରେ ସାହାଯ୍ୟ କରି ଶରୀରର ଓଜନ ହ୍ରାସ କରିଥାଏ । ଜୁଆଣି ପାଣି ପେଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଖାଦ୍ୟ ହଜମ କରିବାରେ ଜୁଆଣି ପାଣି କାମ କରିଥାଏ । ହୃଦରୋଗୀଙ୍କୁ ମଧ୍ୟ ଅନେକ ମାତ୍ରାରେ ରୋଗରୁ ଉପଷମ ଦେଇଥାଏ ଜୁଆଣି ପାଣି । ରାତିରେ ଏକ ଗ୍ଲାସ୍ ପାଣିରେ ଏକ ଚାମଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍ ସମସ୍ୟାରୁ ମୁକ୍ତିମିଳିଥାଏ ।
ଜୁଆଣି ପାଣି ପିଇବା ଦ୍ୱାରା ଡାଇରିଆ ଭଳି ରୋଗରୁ ମୁକ୍ତି ମିଳିଥାଏ । ମୁଣ୍ଡବ୍ୟଥାରୁ ଶୀଘ୍ର ଉପଶମ ପାଇବା ପାଇଁ ଜୁଆଣି । ଜୁଆଣି ପାଣିକୁ ବ୍ୟବହାର କଲେ ଥଣ୍ଡା, କଫ, ଏବଂ ଆଜମାରୁ ମଧ୍ୟ ରକ୍ଷା ମିଳିଥାଏ । ମୁଖ ଜନିତ ସମସ୍ୟାରୁ ରକ୍ଷା ମିଳିବା ପାଇଁ ଜୁଆଣି ପାଣିର ବ୍ୟବହାର କରାଯାଇଥାଏ । ଏହାକୁ ସବୁଦିନ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଦାନ୍ତ ଜନିତ ଅସୁବିଧା ଏବଂ ମୁଖଦୁର୍ଗନ୍ଧରୁ ମଧ୍ୟ ରକ୍ଷା ମିଳିଥାଏ । ଅତ୍ୟଧିକ କାଶ ହେଉଥିଲେ ଜୁଆଣି ପାଣିରେ ଚିମୁଟାଏ କଳା ଲୁଣ ପକାଇ ପିଇଲେ କାଶରୁ ମୁକ୍ତି ମିଳିଥାଏ । ନିଦ୍ରାହିନତାର ଶିକାର ହେଉଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଗୋଟିଏ କପ୍ ଜୁଆଣି ପାଣି ପିଅନ୍ତୁ ।