ଓଡ଼ିଶା 365 (ବ୍ୟୁରୋ) : ଆପଣ ସକାଳୁ ସକାଳୁ ପିଉଛନ୍ତି କି କ୍ଷୀର ଚା, ତେବେ ତାକୁ ଛାଡ଼ି ପିଅନ୍ତୁ ତୁଳସୀ ପତ୍ରର ଚା । ତୁଳସୀ ଚା ରେ ରହିଛି ଅନେକ ଔଷଧୀୟ ଗୁଣ । ସ୍ବାସ୍ଥ୍ୟ ସହ ଜଡ଼ିତ ଅନେକ ରୋଗ ପାଇଁ ରାମବାଣ ହୋଇଥାଏ । ତୁଳସୀରେ ୟୁଜିନାଲ ନାମକ ତତ୍ତ୍ବ ଥାଏ ଯାହା ଶରୀରରେ ଥିବା ଷ୍ଟେସ୍ ହରମୋନ୍ କାର୍ଟିସୋଲ୍ ସ୍ତରକୁ କମ୍ କରି ମାନସିକ ଦୁଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ । ତୁଳସୀ,ହଜାର ହଜାର ବର୍ଷରୁ ଆୟୁର୍ବେଦିକ ଔଷଧର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଂଶ ରହିଆସିଛି । କିନ୍ତୁ ଆଜି ଆମେ ତୁଳସୀ ପତ୍ର ନୁହେଁ ବରଂ ତୁଳସୀ ଚା ପିଇବାର କେତେ ଫାଇଦା ରହିଛି । ସକାଳେ ଖାଲି ପେଟରେ ତୁଳସୀ ପତ୍ର ଚୋବାଇବା ଲାଭଦାୟକ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ଆପଣ ରୋଗମୁକ୍ତ ହୋଇଥାଆନ୍ତି। କିନ୍ତୁ ଯଦି ଆପଣ ତୁଳସୀ ପତ୍ର ଚୋବାଇ ଖାଉନାହାନ୍ତି ତେବେ ଏହାର ଚା ପିଇ ଦିଅନ୍ତୁ। ସକାଳୁ କ୍ଷୀର ଚା ପିଇବା ବଦଳରେ ତୁଳସୀ ଚା ପିଅନ୍ତୁ ।
ତୁଳସୀ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରକୁ ଫ୍ରି ରାଡିକଲ ଦ୍ବାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ। ଏହା ସହିତ ତୁଳସୀ ଚା ଫୁଲାକୁ କମ୍ କରିବା ଏବଂ ମାନସିକ ଦୁଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ । ଜାଣନ୍ତୁ ଏହା ପ୍ରସ୍ତୁତ କରିବାର ନିୟମ ତୁଳସୀ ଚାରେ କ୍ଷୀର କିମ୍ବା ଚିନି ପକାନ୍ତୁ ନାହିଁ ନଚେତ୍ ଏହାର ଗୁଣ ନଷ୍ଟ ହୋଇଯାଇଥାଏ। ଏପରି ପରିସ୍ଥିତିରେ ତୁଳସୀ ଚା ପ୍ରସ୍ତୁତ କରିବା ପାଇଁ ପାଣି ଫୁଟାନ୍ତୁ ଏବଂ ଏହା ପରେ ଏଥିରେ ୮ରୁ ୧୦ଟି ତୁଳସୀ ପତ୍ର ଧୋଇ ପକାନ୍ତୁ। ଆପଣ ଚାହିଁଲେ ଏଥିରେ ଅଦା ଏବଂ ଅଳେଇଚ ପାଉଡର ପକାଇ ପାରିବେ। ପାଖାପାଖି ୧୦ମିନିଟ୍ ଯାଏଁ ଏହାକୁ ଫୁଟାନ୍ତୁ। ଚା ଭଲ ଭାବେ ଫୁଟିଯିବା ପରେ ଏହାକୁ ଛାଣି ଦିଅନ୍ତୁ। ଏଥିରେ ସ୍ବାଦ ଅନୁସାରେ ମହୁ କିମ୍ବା ଲେମ୍ବୁ ରସ ପକାଇ ପିଅନ୍ତୁ ।
ନିୟମିତଭାବେ ପ୍ରତିଦିନ ଯଦି ତୁଳସୀ ଚା ସେବନ କରାଯାଏ ତେବେ ଆପଣଙ୍କ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ । କିନ୍ତୁ ଯଦି ଆପଣ ମଧୁମେହ ରୋଗୀ ତେବେ ତୁଳସୀ ଚା ରେ ମହୁ ବ୍ୟବହାର କରିପାରିବେ। ଏହା ବ୍ୟତୀତ ତୁଳସୀ ଚା ପିଇବା ଦ୍ବାରା ଶରୀରରେ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟର ମେଟାବଲିଜମ୍ ଠିକ୍ ରହିଥାଏ ଯାହା ଦ୍ବାରା ରକ୍ତରେ ଥିବା ଶର୍କରା ଆପଣଙ୍କୁ ଶକ୍ତି ପ୍ରଦାନ କରିଥାଏ । ତୁଳସୀ ଚାରେ ଆଣ୍ଟି-ଇନଫ୍ଲାମେଟ୍ରି ପ୍ରପର୍ଟିସ୍ ରହିଥାଏ ଯାହା ଆଣ୍ଠୁଗଣ୍ଠିରେ ଫୁଲା ଏବଂ ଜ୍ବଳନର ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ତୁଳସୀ ଚାରେ ଫୁଲା କମ୍ କରୁଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ । ତୁଳସୀ ଚା ଆର୍ଥରାଇଟିସ୍ ଅର୍ଥାତ୍ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡ଼ିତ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ କାରଣ ଏହା ଯନ୍ତ୍ରଣା ଏବଂ ଫୁଲା ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ।