ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ୧୩ ଦିନ ଧରି ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ୪ ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିବାବେଳେ, ଅନେକ ଆହାତ ହୋଇ ମୃତ୍ୟୁ ଯନ୍ତ୍ରଣାରେ ପ୍ରାଣ ଛଟପଟ ହେଉଛନ୍ତି । କେତେକ ଇସ୍ରାଏଲର ପ୍ରଶଂସା କରୁଛନ୍ତି ଏବଂ ଆଉ କେତେକ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି । ଖବର ମୁତାବକ, ପାଲେଷ୍ଟାଇନକୁ ସମର୍ଥନ କରି ବାହାରକୁ ଆସିଛନ୍ତି ପାକିସ୍ତାନର ଅନେକ ଭେଟେରାନ ଅଭିନେତ୍ରୀ । ଏହାରି ଭିତରେ ଅଭିନେତ୍ରୀ ହାନିଆ ଆମୀର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ପାଲେଷ୍ଟାଇନକୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଛି ।ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି ଯେ, ‘ଏହା ଯୁଦ୍ଧ ନୁହେଁ, ଏହା ଏକ ନରସଂହାର, ଏହାକୁ ସେୟା କୁହ ଯାହା ଏହା ଅଟେ।
ଏହା ବ୍ୟତୀତ ଅଭିନେତ୍ରୀ ୟୁମନା ଜାଇଦି ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ‘ମୋର ପ୍ରିୟ ସୁନ୍ଦର ଫିଲିସ୍ତିନ। ଏହି ବିଶ୍ୱ ହୁଏତ ଆପଣଙ୍କ କଥା ଶୁଣୁ ନାହିଁ। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ସମସ୍ତେ ଶୁଣାଣି ପାଇଁ ପ୍ରାର୍ଥନା କରୁଛୁ। ସେ ଆହୁରି ମଧ୍ୟ ଲେଖିଛନ୍ତି- ‘ଏହି ଭିଡିଓ ଦୁଇ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, ତଥାପି ଏହା ଫିଡରେ ଅଛି। କିନ୍ତୁ ବର୍ତ୍ତମାନ ହିଂସା ଦ୍ୱିଗୁଣିତ ହୋଇଛି। ଆମେ ମୁସଲମାନମାନେ କଠିନ ସମୟରେ ଦୃଢ ରହିଛୁ ।
ଅନ୍ୟପଟେ ଅଭିନେତ୍ରୀ ସବା କମର ମଧ୍ୟ ପାଲେଷ୍ଟାଇନକୁ ବିପୁଳ ମାତ୍ରାରେ ସମର୍ଥନ କରୁଥିବାବେଳେ ଦେଖିବାକୁ ମିଳୁଛି । ସେ ଲେଖିଛନ୍ତି, ‘ଇସ୍ରାଏଲ୍ ଡାକ୍ତରଖାନା ଉପରେ ବୋମା ମାଡ଼ କରିଛି ! ୫୦୦ରୁ ଅଧିକ ଲୋକଙ୍କୁ ହତ୍ୟା । ଏହା ଏକ ଯୁଦ୍ଧ ଅପରାଧ! ‘
ତେଣୁ ଖୁବଶୀଘ୍ର ଏହି ଯୁଦ୍ଧ ବନ୍ଦ ହେବା ଦରକାର ।