ଓଡ଼ିଶା 365 (ବ୍ୟୁରୋ): ପବିତ୍ର ଦୁର୍ଗାଅଷ୍ଟମୀକୁ ଆଉ ମାତ୍ର ଦିନଟିଏ ବାକି। ଏହା ପୂର୍ବରୁ ପାର୍ବଣକୁ ଅପରାଧମୁକ୍ତ କରିବାକୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ପ୍ରସ୍ତୁତ ହୋଇଥିଲା ଦେଶୀ ମଦ, ପୂଜାରେ ଜମିଥାନ୍ତା ଚୋରା ମଦ ବେପାର। ହେଲେ ଚଢାଉ କରି ସବୁ ପଣ୍ଡ କରିଦେଲା ଅବକାରୀ ବିଭାଗ। ସାଲିଆସାହିରୁ ଶହ ଶହ ଲିଟର ରନ୍ଧା ଦେଶୀ ମଦ ଜବତ ହୋଇଛି ଅବକାରୀ ବିଭାଗ।
ସୂଚନା ମୂତାବକ, ରାଜଧାନୀକର ନାକତଳେ ସାଲିଆ ସାହି ବସ୍ତିରେ ଦଶହରା ପାଇଁ ଚାଲିଥିଲା ସ୍ପେଶାଲ ମଦ ରନ୍ଧା । ଏତିକି ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଚଢାଉ ସମୟରେ ବିଭାଗ ଶହ ଶହ ଲିଟର ମଦ ନଷ୍ଟ କରିଛି । ଏବଂ ୧୦ ହଜାର ଲିଟର ପୋଚ ସହ, ୧ ହଜାର ଲିଟର ଦେଶୀ ମଦ ଜବତ କରିଛି । ଘଟଣାରେ ୧୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଭୁବନେଶ୍ବର ଅବାକାରୀ ଥାନା ପକ୍ଷରୁ ଆଇଆଇସି ବିକାଶ ନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇଥିଲା ।