ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଷ୍ଟାର ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ଯୋଡି । ଏହି ଯୋଡି ଅଲଗା ହୋଇଯାଇଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ନିକଟରେ ରାଜ କୁନ୍ଦ୍ରା ଟଞ ୬୯ ଘୋଷଣା କରିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ହେଲେ ଫିଲ୍ମର ପ୍ରମୋସନ ମଧ୍ୟରେ ସୋସିଆଲ ମିଡିଆରେ ରାଜ ଏମିତି କିଛି ପୋଷ୍ଟ କରିଛନ୍ତି ଯାହାକି ତାଙ୍କ ଫ୍ୟାନ୍ସମାନଙ୍କୁ ଏକ ଶକ୍ତ ଝଟକା ଦେଇଛି । ରାଜ ଶୀଳ୍ପା ସେଟ୍ଟୀଙ୍କ ସହ ତାଙ୍କ ସମ୍ପର୍କ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ହେଲେ ସେ କାହାରି ବିଷୟରେ ଉଲେଖ୍ୟ କରିନାହାନ୍ତି । କିନ୍ତୁ ପୋଷ୍ଟ ଦେଖି ଫ୍ୟାନ୍ସମାନେ ଭାବୁଛନ୍ତି ଯେ ଶିଳ୍ପା ଏବଂ ରାଜ ଅଲଗା ହୋଇଯାଇଛନ୍ତି ।
ଖବର ମୁତାବକ, ରାଜ କୁନ୍ଦ୍ରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ଟ୍ୱିଟର ସ୍କ୍ରିନସଟ ସେୟାର କରିଛନ୍ତି। ଯେଉଁଥିରେ ରାଜ ଲେଖିଛନ୍ତି – ଆମେ ଅଲଗା ହୋଇଯାଇଛୁ । ନିବେଦନ କରୁଛୁ ଏହି କଠିନ ପରିସ୍ଥିତିରେ ଆମକୁ ସମୟ ଦିଅନ୍ତୁ । ତେବେ ଶିଳ୍ପା ସୋସିଆଲ ମିଡିଆରେ ଏପର୍ୟ୍ୟନ୍ତ ସେହିପରି କିଛି ସେୟାର କରିନାହାଁନ୍ତି। ଏହା ବ୍ୟତୀତ ଜଣେ ୟୁଜର୍ସ ଲେଖିଛନ୍ତି- ଅଲଗା ହେବା ମାନେ ଛାଡପତ୍ର। ସେପଟେ, ନଭେମ୍ବର ୨୦୦୯ରେ ଶିଳ୍ପା ଏବଂ ରାଜ ବିବାହ କରିଥିଲେ। ସେମାନେ ବିବାହର ୧୪ ବର୍ଷ ପୂରା କରିବାକୁ ଯାଉଛନ୍ତି। ପ୍ରତ୍ୟେକ କଠିନ ସମୟରେ ଉଭୟ ପରସ୍ପରକୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି ।