ଓଡ଼ିଶା 365 (ବ୍ୟୁରୋ): ଲକ୍ଷ୍ମୀ ଯୋଜନାରେ ଘରୋଇ ବସ୍କୁ ସାମିଲ କରିବାକୁ ଦାବି କରି ଅନିର୍ଦ୍ଦିଷ୍ଟ କାଳ ଯାଏ ଧର୍ମଘଟ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏଣୁ ଆଜି ସକାଳ ୬ରୁ ବନ୍ଦ ରହିଛି ରାଜ୍ୟରେ ଘରୋଇ ବସ୍ ଚଳାଚଳା । ରାଜ୍ୟରେ ୧୪ ହଜାର ଘରୋଇ ବସ୍ ଏହି ଧର୍ମଘଟରେ ସାମିଲ ହୋଇଛି । ଫଳରେ ସାଧାରଣ ଯାତ୍ରୀ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସ୍ କରି କଲେଜ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଆଜିଠାରୁ ସ୍କୁଲ, କଲେଜ୍ ଓ ଅଫିସ ଛୁଟି ହୋଇଥିବାରୁ ସମସ୍ତ ଘର ମୁହାଁ ହେଉଛନ୍ତି । କିନ୍ତୁ ବସ୍ ଧର୍ମଘଟ ଲାଗି ସମସ୍ତେ ଅଧାବାଟରେ ଫସି ରହିଛନ୍ତି।
ସୂଚନାଯୋଗ୍ୟ, ଲକ୍ଷ୍ମୀ ଯୋଜନାରେ ଘରୋଇ ବସ୍କୁ ସାମିଲ କରିବାକୁ ଦାବି କରି ପୂର୍ବରୁ ବସ୍ ଧର୍ମଘଟ ନେଇ ରାଜ୍ୟ ବସ୍ ମାଲିକ ସଂଘ ଚେତାବନୀ ଦେଇଥିଲା । ଶେଷରେ ଗୁରୁବାର ଦିନ ସରକାରଙ୍କ ସହ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ହୋଇଥିଲା । ଆଉ ଏହି ଆଲୋଚନା ବିଫଳ ହେବା ଏବଂ ଦାବି ପୂରଣ ନ ହେବାରୁ ପୁଣି ଥରେ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ । ସେପଟେ ପ୍ରତିକ୍ରିୟା ରଖିଛନ୍ତି ଘରୋଇ ବସ୍ ମାଲିକ ସଂଘର ସଭାପତି ଦେବେନ୍ଦ୍ର ସାହୁକହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି ହୋଇଛି। ଅନିଚ୍ଛା ସତ୍ତ୍ଵେ ବାଧ୍ୟ ହୋଇ ଧର୍ମଘଟ କରୁଛୁ । ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ।