ଓଡ଼ିଶା 365 (ବ୍ୟୁରୋ) : ଆଇସିସି ବିଶ୍ୱକପ୍ ୨୦୨୩ରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଶୁକ୍ରବାର ୫ ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ। ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍ । ଉଭୟ ଟିମ୍ ଲାଗି ଏହି ମ୍ୟାଚ୍ରେ ବିଜୟୀ ଜରୁରୀ । ଅଷ୍ଟ୍ରେଲିଆ ଟିମ୍ ୩ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏରେ ବିଜୟୀ ୨ଟିରେ ପରାସ୍ତ ହୋଇଛି । ଅନ୍ୟପଟେ ପାକିସ୍ତାନ ୩ଟି ମୁକାବିଲା ଖେଳି ୨ଟିରେ ବିଜୟୀ ଗୋଟିଏ ମ୍ୟାଚ୍ରେ ପରାସ୍ତ ହୋଇଛି । ଆଜିର ମ୍ୟାଚ୍ରେ ହାଇସ୍କୋର ହେବ ବୋଲି କ୍ରିକେଟ୍ ପ୍ରଶଂସକ ଆଶା ରଖିଛନ୍ତି।
ବିଶ୍ୱକପ୍ରେ ଉଭୟ ଦଳ ପରସ୍ପରକୁ ୧୦ ଥର ଭେଟିଛନ୍ତି । ସେଥିରେ ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ୪ଟି ମ୍ୟାଚ୍ରେ ବିଜୟୀ ହାସଲ କରିଛି । ପ୍ରଥମ ଦୁଇ ମ୍ୟାଚ୍ରେ ନେଦରଲାଣ୍ଡ ଓ ଶ୍ରୀଲଙ୍କାକୁ ହରାଇ ଥିଲା ପାକିସ୍ତାନ। ଆଜିର ହାଇଭୋଲଟେଜ ମ୍ୟାଚ୍ ଉପରେ ରହିଛି ସଭିଙ୍କ ନଜର।