ଓଡ଼ିଶା 365 (ବ୍ୟୁରୋ): ଦେଶର ଅନେକ ରୁଟରେ ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ଭାରତୀୟ ରେଲୱେ ଏବଂ ୍ଣଳନ୍ଦ୍ର ସରକାର ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଇବାକୁ ଯୋଜନା ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରତିଦିନ ନୂଆ ଟ୍ରେନ୍ ଚଳାଚଳ କରୁଛି । ଏହାସହ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର କୋଚ୍ ମଧ୍ୟ ସାମ୍ନାକୁ ଆସିବାକୁ ଯାଉଛି । ନୀଳ ଏବଂ ଧଳା ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରେସ ବର୍ତ୍ତମାନ ସାରା ଦେଶରେ ଚଳାଚଳ କରୁଛି । ଯାହା ସବୁଠୁ ଦ୍ରୁତଗାମୀ ଟ୍ରେନ୍ । ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ହୋଇଥିବାବେଳେ ବର୍ତ୍ତମାନ ଏହି ଟ୍ରେନ୍ ୧୩୦ କିଲୋମିଟର ବେଗରେ ଚାଲୁଛି । ଏହି କାରଣରୁ ଯାତ୍ରା ସମୟ ୨୫ ରୁ ୪୫ ପ୍ରତିଶତକୁ ହ୍ରାସ କରାଯାଇଛି ।
ଭାରତୀୟ ରେଲୱେ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ଅଲ୍ଟ୍ରା ଆଧୁନିକ ଟ୍ରେନ୍ କେବଳ ଚଳିତ ଆର୍ଥିକ ବର୍ଷରେ ଚାଲିବ। ଯଦିଓ ଏହା କେବେ ଚାଲିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇନାହିଁ, କିନ୍ତୁ ରେଲୱେ ନିଷ୍ପତ୍ତି ନେଇଛି ଯେ ଚଳିତ ଆର୍ଥିକ ବର୍ଷରେ ଜାମ୍ମୁ କାଶ୍ମୀର ଲାଇନ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ।
ରେଲେଓ ଉତ୍ତର-ପୂର୍ବ ପାଇଁ ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଗୋଟିଏ ଟ୍ରେନ୍ ତ୍ରିପୁରା ପାଇଁ ଚାଲିବାକୁ ଥିବାବେଳେ ଅନ୍ୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ମେଘାଳୟ ପାଇଁ ଚଳାଚଳ କରିବ। ଏହି ଉଭୟ ଟ୍ରେନ୍ ଆସନ୍ତା ଆର୍ଥିକ ବର୍ଷରେ ଲଞ୍ଚ କରିବାକୁ ଯୋଜନା କରାଯାଉଛି। ଏହି ଟ୍ରେନ୍ ଆଠଟି କୋଚ୍ ଏବଂ ଦୁଇ ପ୍ରକାରର ବସିବା ବ୍ୟବସ୍ଥା, ଏକ୍ଜିକ୍ୟୁଟିଭ୍ ଏସି ଚେୟାର୍ କାର୍ ଏବଂ ଏସି ଚେୟାର୍ କାର୍ ସହିତ କାର୍ୟ୍ୟ କରିବ ।