ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବିଗବସ୍ ସିଜିନ ୧୭ । ଯାହାକୁ ହୋଷ୍ଟ କରୁଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ । ବିଗବସକୁ ନେଇ ଦର୍ଶକମାନଙ୍କ ଭିତରେ ଅନେକ କ୍ରେଜ ରହିଛି । ହେଲେ ବର୍ତ୍ତମାନ ଏହି ଶୋ’କୁ ନେଇ ଦିଲ୍ଲୀ ହାଇକୋର୍ଟ ଯେଉଁ ନିଷ୍ପତି ଶୁଣେଇଛନ୍ତି ତାହା ଫ୍ୟାନ୍ସମାନଙ୍କୁ ନିରାଶ କରିଛି । ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସୂଚନା ଅନୁଯାୟୀ, ଭିଆକମ ୧୮ ମିଡିଆ ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ହାଇକୋର୍ଟରେ ଏକ ପିଟଶନ ଦାଖଲ କରିଛି। ଯେଉଁଥିରେ ଦର୍ଶାଯାଇଛି ଯେ, ଅନେକ ୱେବସାଇଟ ଏହି ଶୋ’କୁ ଅବୈଧ ଭାବରେ ପ୍ରସାରଣ କରୁଥିଲେ। ଯେଉଁଥିପାଇଁ କୋର୍ଟ ଏହି ଉଲ୍ଲଂଘନକାରୀ ୱେବସାଇଟକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଫ୍ୟାନ୍ସ ଫଲୋର୍ସ ।