Thursday, May 15, 2025
No Result
View All Result
Odisha 365

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ନିର୍ବାଚନ ପୂର୍ବରୁ ବିଜେଡିର ଭୋଟ୍ ଥୋପ

param by param
Oct 19, 2023, 11:10 pm GMT+0530
FacebookTwitterWhatsAppTelegram

ଓଡ଼ିଶା 365 (ବ୍ୟୁରୋ): ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ । ହାତରେ ମାତ୍ର ଆଉ ମାସ କେଇଟା । ଏବେଠୁ ଆରମ୍ଭ ହେଲାଣି କସରତ । ଭୋଟ୍ ପାଇଁ ସହରର ଚାକଚକ୍ୟ ଛାଡ଼ି ଗାଁ ମୁହାଁ ହେଲେଣି ନେତା । ଆରମ୍ଭ ହେବ ପ୍ରତିଶ୍ରୁତିର ପର୍ବ । ଭୋଟରଙ୍କୁ ଯୋଜନା ଓ ପ୍ରତିଶ୍ରୁତିର ପାହାଡ଼ ଉପରେ ଛିଡ଼ା କରିଦେବେ ନେତା । ବିଶେଷକରି ଶାସକ ଦଳ ବିଜେଡି ପୁଣି କ୍ଷମତା ଦଖଲ ପାଇଁ ଆରମ୍ଭ ରଣନୀତି । ଆରମ୍ଭ କଲେଣି ଭୋଟ୍ ବ୍ୟାଙ୍କ ରାଜନୀତି । ଅର୍ଥାତ୍ ନିର୍ବାଚନ ପୂର୍ବରୁ ଭୋଟରଙ୍କ ମୁଡ ଠିକ୍ ଲାଗି ନିର୍ବାଚନୀ ଥୋପ ପକାଇବା ଆରମ୍ଭ କରିଛନ୍ତି ବିଜେଡି ସରକାର। ଟାଗେର୍ଟ ମିଶନ ଶକ୍ତି ମହିଳା। ନିକଟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମିଶନ ଶକ୍ତି ସ୍କୁଟର ଯୋଜନା । ଏହି ଯୋଜନାରେ ରାଜ୍ୟ ସରକାର ୨ଲକ୍ଷ ମାଙ୍କୁ ସ୍କୁଟର ଯୋଗାଇଦେବେ, ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଗାଇବା ସହ ସୁଧ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ବହନ କରିବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ମାନେ ସ୍କୁଟର ପାଇବାକୁ ଥିବାବେଳେ ପ୍ରଥମ ପର୍ୟ୍ୟାୟରେ ୧୫ ହଜାର ମାଙ୍କୁ ସ୍କୁଟର ମଧ୍ୟ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମା’ମାନଙ୍କ ସଶକ୍ତୀକରଣ କ୍ଷେତ୍ରରେ ଆମେ ଆଉ ଏକ ପାଦ ଆଗକୁ ଆସିଛି। ଗତି ହିଁ ଶକ୍ତି। ଗତି ହିଁ ସଶକ୍ତୀକରଣ। ଆମର ସ୍କୁଟର ଯୋଜନା ମା’ମାନଙ୍କ ଯାତାୟତକୁ ସୁବିଧା କରିଛି। ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ସ୍କୁଟର ଯୋଜନା ପଛରେ ରହିଛି ମହିଳା ଭୋଟ୍ ରାଜନୀତି । ବିରୋଧୀଙ୍କ ଅଭିଯୋଗ, ମିଶନ ଶକ୍ତିରେ ରହିଛନ୍ତି, ୭୦ ଲକ୍ଷ ମହିଳା। ୨୪ ନିର୍ବାଚନରେ ପୁଣି ବିଜେଡି ମହିଳାକୁ ଅସ୍ତ୍ର କରି ନିର୍ବାଚନ ବୈତରଣୀ ପାର ହେବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କଲାଣି।

ଗୋଟେପଟେ ମହିଳା ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ସରକାର ସ୍କୁଟର ଯୋଜନା ଆରମ୍ଭ କରିଥିବା ବେଳେ ସେପଟେ ଲକ୍ଷ୍ମୀ ବସ୍ ସେବା ନାମରେ ଆଉ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯାତ୍ରୀ ପରିବହନ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡିବା ସହ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଛନ୍ତି। ଫଳରେ ରାଜଧାନୀ ସହିତ ଗାଁ ଯୋଡ଼ି ହେବ । ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ମାଲକାନଗିରି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ ମଧ୍ୟ କରିଛନ୍ତି । ବିଶେଷକରି ଗ୍ରାମାଞ୍ଚଳ ଲୋକମାନେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେ ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି। ସରକାରଙ୍କ ଏହି ଯୋଜନାକୁ ନେଇ ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇ ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଏହା ଏକ ନିର୍ବାଚନୀ ଥୋପ ବୋଲି ବିଜେପି କହିଛି । ସେପଟେ ବିଜୁ ଗାଁ ଗାଡ଼ି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

କେବଳ ଏତିକି ନୁହେଁ, ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବ ବାହିନୀ, କାଳିଆ ଯୋଜନା ଓ ବଳିଆ ଯୋଜନା କରି କ୍ଷମତାକୁ ଆସିଥିଲେ, ଆଉ ଏବେ ୨୪ ନିର୍ବାଚନ ପୂର୍ବରୁ ମହିଳା ଭୋଟ ହାତେଇବାକୁ କଳବଳ ଲଗାଇଦେଲେଣି ରାଜ୍ୟ ସରକାର। ଦେଖାଯାଉ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ଏହି ନିର୍ବାଚନି ଥୋପ ୨୪ରେ କାମ ଦେଉଛି ନାଁ, ଫେଲ୍ ମାରୁଛି ।

Tags: NULL
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

ଭାରତୀୟ ଗୁଇନ୍ଦା ସାଟେଲାଇଟ୍, ଯାହା ଭାରତକୁ ଦିନରାତି ସୁରକ୍ଷା ପ୍ରଦାନ କରୁଛି

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

POK ଖାଲି କର, ଭାରତର ଧମକକୁ ମାନିବ କି ପାକିସ୍ତାନ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଆତଙ୍କବାଦ ବିରୋଧରେ ଦୃଢ଼ ପ୍ରତିକ୍ରିୟା: ରକ୍ତ ଆଉ ପାଣି ଏକ ସହ ବହିପାରିବ ନାହିଁ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.