ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ୍-ହମାସ୍ ଯୁଦ୍ଧକୁ ବିତିଛି ୧୨ଦିନ। ମୃତ୍ୟୁ ସଂଖ୍ୟା ୫ହଜାରରେ ପହଞ୍ଚିଛି। ସମୟ ଗଡ଼ିବା ସହ ଇସ୍ରାଏଲ ପ୍ରତି ବଢୁଛି ଦୃଢ ସମର୍ଥନ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଇସ୍ରାଏଲରେ ପହଞ୍ଚିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ। ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତରେ ଆସି ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହିତ ଆଲୋଚନା କରିଥିଲେ । ଜୋ ବାଇଡେନ ଗାଜା ହସ୍ପିଟାଲ ଆକ୍ରମଣ ଘଟଣା କୁ ନିନ୍ଦା କରିବା ସହ ଇସ୍ରାଏଲକୁ କ୍ଲିନ ଚିଟ୍ ଦେଇଛି। ଇସ୍ରାଏଲ ସହ ସବୁ ପରିସ୍ଥିତିରେ ଆମେରିକା ରହିଥିବା କହିଛନ୍ତି ବାଇଡେନ। ହମାସ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ସହ ଆମେରିକା ଗାଜା ପାଇଁ ୧୦୦ ମିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛନ୍ତି ଜୋ ବାଇଡେନ୍।
ଏପଟେ ଇସ୍ରାଏଲ ରାଜଧାନୀ ତେଲ ଅବିବରେ ପହଞ୍ଜିବା ପରେ ୨ଦିନିଆ ଗସ୍ତରେ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସମର୍ଥନ ଜଣାଇବା ସହିତ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଆତଙ୍କବାଦ ବିରୋଧରେ ବ୍ରିଟେନର ସମର୍ଥନ ରହିଛି,ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ,ଏଭଳି ସମୟରେ ବିଶ୍ୱ ନେତା ଏକଜୁଟ ହେବା ଆବଶ୍ୟକ ଏବଂ ଇସ୍ରାଏଲ-ହମାସ ଯୁଦ୍ଧକୁ ଆଲୋଚନା ମାଧ୍ୟମରେ ବନ୍ଦ ହେବା ଉଚିତ ବୋଲି କହିଛନ୍ତି।
ଇସ୍ରାଏଲ୍ ଉପରେ ଆକ୍ରମଣ କରାଯିବା ଘଟଣାରେ ୭ଜଣ ବ୍ରିଟିସ୍ ନାଗରିକଙ୍କର ମୃତ୍ୟୁ ଘଟିଛି ଓ ୯ଜଣ ନିଖୋଜ ଅଛନ୍ତି। ଗୋଟେପଟେ ଇସ୍ରାଏଲ ହମାସ ଆତଙ୍କବାଦ ସଙ୍ଗଠନକୁ ନିପାତ କରିବାକୁ ଚାହୁଁଥିବାବେଳେ ହମାସ ଚାହୁଁଛି ଯୁଦ୍ଧ ହେଉ ସବୁ ମୁସଲିମ ରାଷ୍ଟ୍ର ତାଙ୍କୁ ସମର୍ଥନ ଜଣାନ୍ତୁ। କିନ୍ତୁ ଏପଟେ ଇସ୍ରାଏଲକୁ ପ୍ରତି ଭାରତ ଠୁ ଆରମ୍ଭ କରି ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ବଡ଼ ବଡ଼ ଦେଶଙ୍କ ସମର୍ଥନ ରହିଛି। ବିଶ୍ୱରେ ଆତଙ୍କବାଦ ସଫାହେଉ ବୋଲି ଅଧିକାଂଶ ଦେଶ ଚାହୁଁଥିବାରୁ ଇସ୍ରାଏଲ ପ୍ରତି ବିଭିନ୍ନ ରାଷ୍ଟ୍ରର ସମର୍ଥନ ବଢୁଛି। ଯୁଦ୍ଧ ନୁହେଁ ଶାନ୍ତି ଅପେକ୍ଷାରେ ରହିଛି ବିଶ୍ୱ ।