ଓଡ଼ିଶା 365 (ବ୍ୟୁରୋ): ଗଞ୍ଜାମ ଗୋପାଳପୁରରେ ଅଘଟଣ । ସମୁଦ୍ରରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ପାଣିରେ ବୁଡି ଗଲେ ଦୁଇ ଜଣ ଛାତ୍ର । ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଘଟିଛି ଏହି ଅଘଟଣ ।
ମିଳିଥିବା ଖବର ଅନୁଯାୟୀ, ଗୁରୁବାର ଦିନ ଗୋପାଳପୁର ସମୁଦ୍ରକୂଳରେ କିଛି କଲେଜ ଛାତ୍ର ଗାଧୋଉଥିଲେ । ଏହି ସମୟରେ ହଠାତ୍ ଦୁଇ ଜଣ ଛାତ୍ର ପାଣିରେ ବୁଡିଯାଇଥିଲେ । ଯାହାର ସୂଚନା ପାଇ ତଟ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ । ଶେଷରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିଲେ ତଟ ସୁରକ୍ଷା ବାହିନୀ । ତେବେ ଉଦ୍ଧାର ଦୁଇ ଛାତ୍ର ପାରଳାଖେମୁଣ୍ଡିର ବୋଲି ଜଣାପଡିଛି । ପୋଲିସ ବର୍ତ୍ତମାନ ଏ ଦିଗରେ ତଦନ୍ତ କରୁଛି ।