ଓଡ଼ିଶା 365 (ବ୍ୟୁରୋ): ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ମେସିନ୍ ଚୋରି ଘଟଣାରେ ଆଜି ୫ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଏଥିରେ ୪ଜଣ ହାଉସ କିପିଂ ଷ୍ଟାଫ, ଜଣେ ବ୍ୟବସାୟୀ ଅଛନ୍ତି । କ୍ୟାପିଟାଲ ହସ୍ପିଟାଲର ପାଥୋଲୋଜି ମେସିନ ନେଇ ୟୁନିଟ ୩ରେ ଏମାନେ ବିକ୍ରି କରୁଥିଲେ । ୫୦ ଲକ୍ଷ ଟଙ୍କାର ମେସିନକୁ ଶାଗ ମାଛ ଦରରେ ଲୁହା ଓଜନରେ ଏମାନେ ବିକ୍ରି କରୁଥିବା ସୂଚନା ମିଳିଛି ।
୪ଜଣ ହାଉସ କିପିଂ ଷ୍ଟାଫ କ୍ୟାପିଟାଲ ହସ୍ପିଟାଲରେ କାମ କରୁଥିବା ବେଳେ ଅନେକ ଜିନିଷ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା । ମେସିନ ଚୋରି ନେଇ କ୍ୟାପିଟାଲ ହସ୍ପିଟାଲ ନିଦ୍ଦେଶକଙ୍କ ଅଭିଯୋଗ ପରେ ଭଙ୍ଗା ମେସିନ୍ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ଏ ପ୍ରସଙ୍ଗରେ ଅଧିକ ତଦନ୍ତ ଜାରି ରଖିଛି କ୍ୟାପିଟାଲ୍ ଥାନା ପୋଲିସ ।