ଓଡ଼ିଶା 365 (ବ୍ୟୁରୋ): ମହାକାଶରେ ଏକ ବଡ଼ ଖବର ଆସି ପହଞ୍ଚୁଛି । ମହାକାଶରେ ଏକ ବଡ଼ ଅଘଟଣ ଘଟିବାକୁ ଯାଉଛି । ଯାହାକୁ ନେଇ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ପୃଥିବୀରେ ମାଡ଼ ହୋଇପାରେ ବିଶାଳକାୟ ଧୂମକେତୁ । ମାଉଣ୍ଟ ଏଭରେଷ୍ଟଠାରୁ ତିନି ଗୁଣ ବଡ଼ ଏକ ଧୂମକେତୁ ଚାରି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିସ୍ଫୋରଣ ହୋଇ ଏବେ ପୃଥିବୀ ଆଡକୁ ଗତି କରୁଛି ବୋଲି କହିଛନ୍ତି ବ୍ରିଟିଶ୍ ଆଷ୍ଟ୍ରୋନୋମିକାଲ୍ ଆସୋସିଏସନର ବୈଜ୍ଞାନିକ ।
‘୧୨ପି’ ଉପରେ ନିରନ୍ତର ଦୃଷ୍ଟି ରଖିଥିବା ‘ବ୍ରିଟିସ୍ ଆଷ୍ଟ୍ରୋନମିକାଲ୍ ଆସୋସିଏସନ୍’ (ବିବିଏ) କହିଛି ଯେ, ଦ୍ବିତୀୟ ଥର ଉଦ୍ଗୀରଣ ହେବା ପରେ ଏହା ବହୁଗୁଣ ଉଜ୍ଜ୍ବଳ ହୋଇଯାଇଛି। ଧୂମକେତୁର କେନ୍ଦ୍ରସ୍ଥଳକୁ ବେଢ଼ି ରହିଥିବା ବାଷ୍ପୀୟ ବଉଦ ବା ‘କୋମା’ ଯୋଗୁଁ ଆଲୋକ ପ୍ରତିସରଣ ହେବାରୁ ତାହା ଆହୁରି ଉଜ୍ୱଳ ଦିଶୁଛି। ଆଉ କିଛି ଦିନ ପରେ ଧୂମକେତୁର ‘କୋମା’ ଆହୁରି ସମ୍ପ୍ରସାରିତ ହେବ। ଧୂମକେତୁରେ ଅଜବ ପ୍ରକାରର ଶୃଙ୍ଗ ସବୁ ବାହାରିବ ବୋଲି ‘ଲାଇଭ୍ ସାଇନ୍ସ୍’ ରିପୋର୍ଟ କରିଛି। ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା କରାଯାଉଛି । ଆଗାମୀ ଦିନରେ ଏହା ଉପରେ ଅଧିକ ତଥ୍ୟ ମିଳିପାରିବ ବୈଜ୍ଞାନିକମାନେ କହିଛନ୍ତି ।