ଓଡ଼ିଶା 365 (ବ୍ୟୁରୋ): ପାର୍ବଣକୁ ନେଇ ଚଳଚଞ୍ଚଳ ସମ୍ପୂର୍ଣ୍ଣ ଓଡ଼ିଶା । ସବୁଠି ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ପାର୍ବଣରେ ଘାରିଛି ବର୍ଷା ଭୟ । ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପାଗରେ ସମାନ୍ୟ ପରିବର୍ତ୍ତନ ଆସିବା ସହ ୨୦ରୁ ୨୨ ତାରିଖ ପର୍ୟ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୩ ଓ ୨୪ ତାରିଖରେ ଗଞ୍ଜାମରୁ ବାଲେଶ୍ବର ଉପକୂଳ ପର୍ୟ୍ୟନ୍ତ ଅଧିକାଂଶ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ । ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ଫୁଲବାଣୀଠାରେ ଆଜି ସକାଳେ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୨୦୦ ମିଟର ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରଠାରେ ସର୍ବାଧିକ ୧୨.୨ ମିମି, ଟାଙ୍ଗରପଲ୍ଲୀରେ ୧୦.୪ ମିମି ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ପୁରୀ, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ହାଲୁକା ବର୍ଷା ହୋଇଛି । ଦାରିଙ୍ଗବାଡ଼ି ବ୍ୟତୀତ ରାଜ୍ୟର ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା। ତେଣୁ ଦଶହରା ଏଥର ବର୍ଷାରେ ଭିଜିବ ବୋଲି ଅନୁମାନ କରାଯାଉଛି । ଯାହା ପାର୍ବଣକୁ ଫିକା କରିଦେବ ।