ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏପଟେ ଏହାକୁ ନେଇ ଭାରତରେ ରାଜନୈତିକ ବୟାନବାଜି ଜାରି ରହିଛି । କିଏ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ଆଉ କିଏ ହମାସକୁ ସମର୍ଥନ କରୁଛି । ପାଲେଷ୍ଟାଇନ ସମ୍ପର୍କରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିବୃତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ ଭାବୁଛି ଶରଦ ପାୱାର ସାର୍ ସୁପ୍ରିୟା ସୁଲେ ମ୍ୟାଡାମଙ୍କୁ ହମାସ ତରଫରୁ ଯୁଦ୍ଧ କରିବାକୁ ଗାଜାକୁ ପଠାଇଦେବା ଉଚିତ୍।
ନିକଟରେ ଏନସିପି ମୁଖ୍ୟ ଶରଦ ପାଓ୍ବାର କହିଥିଲେ, ଆମେ ପାଲେଷ୍ଟାଇନ ସହିତ ଦୃଢ ଭାବରେ ଠିଆ ହେବା ଉଚିତ। ସମଗ୍ର ଜମି ପାଲେଷ୍ଟାଇନର ଅଟେ ଏବଂ ଇସ୍ରାଏଲ ଆସି ସେହି ଜମିକୁ ଦଖଲ କରିଥିଲେ, ସେମାନଙ୍କ ଘର ଦଖଲ କରାଯାଇଥିଲା। ଇସ୍ରାଏଲୀୟମାନେ ସେଠାରେ ବାହାର ଲୋକ। ଜମିର ମାଲିକ ଥିବା ଲୋକଙ୍କ ସହ ଏନସିପି ଛିଡା ହୋଇଛି। ଯାହାକୁ ନେଇ ଏବେ ବୟାନବାଜି ଆରମ୍ଭ ହୋଇଛି ।