ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧର ଭୟବହତା ଏତେ ଯେ, ଏହି ଯୁଦ୍ଧ ଦ୍ୱାରା ନିରୀହ ଲୋକ ବଳିପଡ଼ୁଛନ୍ତି । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ଗସ୍ତ କରିଥିବା ବେଳେ ଆଜି ଇସ୍ରାଏଲ ଯିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ । ଆଜି ତେଲ ଅବିବରେ ପହଞ୍ଚିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଠାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିବେ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲରେ ପହଞ୍ଚିଥିଲେ ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ବାଇଡେନଙ୍କ ଗସ୍ତ ପରେ ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଇସ୍ରାଏଲରେ ପହଞ୍ଚିବେ । ଇସ୍ରାଏଲ-ହମାସ୍ ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଲାଣି । ଦିନକୁ ଦିନ ଯୁଦ୍ଧ ଅଧିକ ଜଟିଳ ହେବାରେ ଲାଗିଛି । ଯୁଦ୍ଧ ଯୋଗୁଁ ସାଧାରଣ ଲୋକ ଅନେକ ଅସୁବିଧା ଭୋଗୁଛନ୍ତି । ଗାଜାରେ ମୋଟ୍ ମୃତ୍ୟୁ ସଂଖ୍ୟା ୩ ହଜାର ଉପରେ ହେଲାଣି । ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ଆଗାମୀ ଦିନରେ ଏହା ଆହୁରୀ ଭୀଷଣ ରୂପ ଧାରଣ କରିବ ବୋଲି ଅନୁମାନ କରାଯାଉଛି ।