ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣିଥିବେ ପାନ ସାଧାରଣ କେହି କେହି ଖାଇବାକୁ ପସନ୍ଦ କରିଥାନ୍ତି । ତେବେ କେହି କେହି ସଉକରେ ପାନ ଖାଇଥାନ୍ତି ତ ଆଉ କେହି ପାଟି ସୁଗନ୍ଧ ପାଇଁ ଖାଇଥାନ୍ତି, ତ ଆଉ କେହି ପାନ ଖାଇବାରେ ଅଭ୍ୟସ୍ତ ହୋଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବାସ୍ତବରେ ପାନପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ । ଖାଲିସେତିକି ନୁହେଁ ପାନ ର ପୂଜା ଆଦି ଶୁଭକାର୍ଯ୍ୟରେ ରହିଛି ଅଧିକ ମହତପୂର୍ଣ ସ୍ଥାନ । ଯଦି ଆପଣଙ୍କୁ ପାଇରିଆ ରୋଗ ଅଛି ତେବେ ପାନ ରେ କର୍ପୁର ମିଶାଇ ସେବନ କରିବା ଦ୍ଵାରା ଖୁବ ଶୀଘ୍ର ଆପଣଙ୍କ ପାଇରିଆ ସମସ୍ୟା ଦୂର ହୋଇଯିବ । କିନ୍ତୁ ଗୋଟେ କଥାର ଧ୍ୟାନ ରଖନ୍ତୁ କର୍ପୁର ଏବଂ ପାନ ପତ୍ର ଚୋବାଇବା ବେଳେ ତାର ରସ କୁ ପେଟ ଭିତରକୁ ନିଅନ୍ତୁ ନାହିଁ । ସମସ୍ତ ରସ ବାହାରକୁ ବାହାର କରିଦିଅନ୍ତୁ । ପାନ କେବଳ ପାଇରିଆ ପାଇଁ ନୁହେଁ ବରଂ ପୁରା ମୁହଁ ପାଇଁ ବହୁତ ଲାଭଦାୟକ ଅଟେ । କାରଣ ଏଥିରୁ କିଛି ତତ୍ତ୍ଵ ଯାହା ବାକ୍ଟେରିଆ ର ପ୍ରଭାବକୁ ଶେଷ କରିଥାଏ । ଏବଂ ମୁଖ ଦୁର୍ଗନ୍ଧ କୁ ମଧ୍ୟ ଶେଷ କରିଥାଏ ।
ଆପଣଙ୍କୁ କାସ ହେଉଥାଏ ତେବେ ଆପଣ ହଳଦୀକୁ ଗରମ କରି ପାନ ରେ ମିଶାନ୍ତୁ । ଏବଂ ଏହା ପରେ ପାନ କୁ ଭଲ ଭାବରେ ଚୋବାନ୍ତୁ । ଯଦି କାଶ କମୁନି ତେବେ ଆପଣ ହଳଦୀ ସହ ଜୁଆଣୀ କୁ ବି ମିଶାନ୍ତୁ ଏବଂ ଏହାକୁ ଚୋବାନ୍ତୁ । ଆପଣଙ୍କୁ ଜଲଦି ହିଁ ଆରମ ମିଳିବ । ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ଆପଣ ପାନ ରେ ଅଳ୍ପ ଲବଙ୍ଗ ମିଶାଇ ଚୋବାନ୍ତୁ । ଏହା ଦ୍ଵାରା ଥଣ୍ଡା ଜଲ୍ଦି ଛାଡି ଯାଇଥାଏ । ଯେଉଁ ବ୍ୟକ୍ତି ଙ୍କୁ କିଡନୀ ସମ୍ବନ୍ଧିତ ରୋଗ ଅଛି ସେମାନେ ଦିନରେ ୨ଥର ସକାଳ ଏବଂ ସନ୍ଧ୍ୟା ରେ ପାନ ନିହାତି ଚୋବାନ୍ତୁ । ଏହା ଦ୍ଵାରା ଆପଣଙ୍କ ପେଟ ରେ ଆବର୍ଜନା ସଫା ହୋଇଯାଏ । ଏବଂ କିଡନୀ ର କାର୍ଯ୍ୟ କ୍ଷମତା ରେ ବୃଦ୍ଧି ହୋଇଥାଏ ।
ଶ୍ଵାସ ସମସ୍ୟା ପାଇଁ ଆପଣ ପାନ ପତ୍ର ର ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ପାନ ର ତେଲ କାଢି ନିଅନ୍ତୁ । ଏବଂ ତାହାକୁ ଗରମ କରି ନିଜର ଶରୀର ରେ ମାଲିସ କରନ୍ତୁ । ଏହି ଉପାୟ ଟିକୁ ୧ମାସ ପର୍ଯ୍ୟନ୍ତ କଲା ପରେ ଏହାର ଲାଭ ଅନୁଭବ କରି ପାରିବେ । ଯଦି ଆପଣଙ୍କର କିଛି ମୁତ୍ର ସମସ୍ୟା ରୋଗ ଥିଲେ ଆପଣ ପାନ ପତ୍ରର ରସ ବାହାର କରି ଏହାକୁ ପତଳା କ୍ଷୀର ସହ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପେଟ ର ସବୁ ସମସ୍ୟା ଶେଷ ହୋଇଯିବ । ତ୍ଵଚା ର ଚମକ ପାଇଁ ପାନ ପତ୍ର ବହୁତ ଲାଭଦାୟକ ହୋଇଥାଏ ।
ପାନ ପତ୍ର ରେ ଆଣ୍ଟି ଆକ୍ସିଡେଣ୍ଟ ତତ୍ତ୍ଵ ମିଳିଥାଏ ଯାହା ଆପଣଙ୍କ ତ୍ଵଚାର ରଙ୍ଗରେ ପରିବର୍ତନ ଆସିଥାଏ । ଯେଉଁମାନେ ନୂଆ ନୂଆ ବିବାହ କରିଥାନ୍ତି ସେମାନେ ପାନ ର ସେବନ ବହୁତ କରିଥାନ୍ତି । କାରଣ ପାନ ର ଅଧିକ ସେବନ ଦ୍ଵାରା ଅଧିକ କାମ ଭାବନା ଜାଗ୍ରତ ହୋଇଥାଏ । ପାନ ଖାଦ୍ୟ ହଜମ ରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହା ଦ୍ଵାରା ଆମର ପାଚନ କ୍ରିୟା ଠିକ ଭାବରେ କାର୍ଯ୍ୟ କରିଥାଏ । ପାନ ପତ୍ର କୁ ଘା ରେ ଲଗାଇବା ଦ୍ଵାରା ଆପଣଙ୍କ ଘା ଜଲ୍ଦି ସୁଖି ଯାଇଥାଏ ।