ଓଡ଼ିଶା 365 (ବ୍ୟୁରୋ) : ପ୍ରତ୍ୟେକ ଦିନ ରୋଷେଇ ଘରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରୁ ଗୋଲ ମରୀଚ ଅନ୍ୟତମ । ତେବେ ଆପଣ ଜାଣନ୍ତିକି ଧଳା ଗୋଲ ମରୀଚ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରି ହୋଇଥାଏ । ଧଳା ମରୀଚର ଅନେକ ଔଷଧୀୟ ଗୁଣ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ । ଏହା ମଧୁମେହ ଏବଂ ରକ୍ତ ଚାପ ଭଳି ରୋଗ ପାଇଁ ବହୁତ ଉପଯୋଗୀ ହୋଇଥାଏ ।
ଶରୀର ପାଇଁ କଳା ଗୋଲ ମରୀଚର ଯେତିକି ଉପକାରି, ଧଳା ଗୋଲ ମରୀଚର ମଧ୍ୟ ଶରୀର ପାଇଁ ସେତିକି ଉପକାରି । ଆୟୁର୍ବେଦରେ ଧଳା ଗୋଲମରୀଚକୁ ଔଷଧ ରୂପେ ବ୍ୟବହାର କରାଯାଏ ।
ଧଳା ମରୀଚରେ ଭିଟାମିନ A,ଭିଟାମିନ C,ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ ,କାଲସିଅମ,ଜିଙ୍କ ,ଏନର୍ଜି, ପୋଟାସିୟମ , ମାଗ୍ନେସିୟମ ଆଦି ପୋଷାକ ଗୁଣ ସ୍ୱାସ୍ଥ୍ୟ ସମ୍ଵନ୍ଧିତ ସମସ୍ୟା ଗୁଡ଼ିକ ଦୂର କରିବାରେ ସହାୟକ ହୁଏ । ଏହା ରକ୍ତ ଚାପ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।
ମଧୁମେହ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ଧଳା ଗୋଲ ମରୀଚ । ମଧୁମେହ ରୋଗର ନିୟନ୍ତ୍ରଣ କରିବାରେ ସହାୟକ ହୁଏ କାରଣ ଧଳା ମରୀଚରେ ମଧୁମେହ ବିରୋଧୀ ଔଷଧୀୟ ପ୍ରଭାବ ଥାଏ । ଯେଉଁଥି ପାଇଁ ମଧୁମେହର ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ ।
ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ଧଳା ମରୀଚ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରେ। କାରଣ ଧଳା ମରୀଚରେ ଫ୍ଲୋବୋନୋଇଡ଼ିସ,ଭିଟାମିନ “ଏ ” ,ଭିଟାମିନ “ସି ” ଭରପୁର ମିଳିଥାଏ ଏବଂ ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ବହୁଳମାତ୍ରାରେ ସହାୟକ ହୁଏ ।
ଧଳା ଗୋଲମରୀଚ ସେବନ କରିବା ଦ୍ୱାରା ପେଟର ଗ୍ୟାସ ଦୋଷରୁ ଆରାମ ମିଳେ କାରଣ ଧଳା ଗୋଲମରୀଚରେ ପିପେରୀନ ନାମକ ଏକ ଔଷଧୀୟ ଗୁଣ ଥାଏ ଯାହା ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ପେଟରେ ପାଚନ ଶକ୍ତିକୁ ବଢ଼େଇବା ସହିତ,ପାଚନ କ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ ।