ଓଡ଼ିଶା 365 (ବ୍ୟୁରୋ): ରାଜ୍ୟର ଜଣାଶୁଣା ହସ୍ପିଟାଲ କ୍ୟାପିଟାଲ ହସ୍ପିଟାଲ ଲ୍ୟାବ୍ରୁ ଚୋରି । ହସ୍ପିଟାଲ ଲ୍ୟାବରୁ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି । ତେବେ ଏହି ଚୋରି କିଏ ଓ କାହିଁକି କରିଛି ଜଣାପଡ଼ିନଥିବାବେଳେ ଏଥିପାଇଁ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ ଓ ସୁଇପର ସାମିଲ ଥିବା ସନ୍ଦେହ କରୁଛନ୍ତି କସ୍ପିଟାଲ କତୃପକ୍ଷ ।
ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ହସ୍ପିଟାଲ ଲ୍ୟାବରେ ପଶି ଚାରି ବହୁମୁଲ୍ୟବାନ ସାମଗ୍ରୀ ଚୋରୀ କରିଥିବା ବୁଧବାର ସକାଳେ ଜଣାପଡ଼ିଥିଲା। ତେବେ ଏହି ଘଟଣା ଜଣାପଡ଼ିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସିସିଟିଭି ଆଧାରରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ କରୁଛି । ତେବେ ହସ୍ପିଟାଲରେ ରୋଗୀଙ୍କ ପାଇଁ ଥିବା ସାମଗ୍ରୀ ଚୋରି କରିବା ଏକ ସାଂଘାତିକ ଅପରାଧ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।