ଓଡ଼ିଶା 365 (ବ୍ୟୁରୋ) : ମିଶନ ଚନ୍ଦ୍ରଯାନ-୩ର ସଫଳତା ପରେ ସମୁଦ୍ରଯାନ ମତ୍ସ୍ୟ ଓ ଏବେ ଫୋକସରେ ରହିଛି ମିଶନ ଗଗନଯାନ। ଏହି ମିଶନ ପାଇଁ ପ୍ରସ୍ତୁତି ଶେଷ କରିଛି ଇସ୍ରୋ। ଏନେଇ ସୋସିଆଲ ମିଡିଆ ଫଟୋ ସେୟାର ସୂଚନା ଦେଇଛି। ଅକ୍ଟୋବର ୨୧ରେ ଗଗନଯାନ ମିଶନ ଅଧୀନରେ ଟିଭି-ଡି୧ ଏହାର ପ୍ରଥମ ପରୀକ୍ଷଣ ଶ୍ରୀହାରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ
ଉତକ୍ଷେପଣ ହେବ। ଏହି ପରୀକ୍ଷାମୂଳକ ଉତକ୍ଷେପଣରେ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ନେଇ ଯିବାକୁ ଥିବା କ୍ରିଉ ମଡେଲ ଟିଭି-ଡି୧କୁ ପରୀକ୍ଷା କରାଯିବ। ଏହାସହ କ୍ରିଉ ଏସକେପ ସିଷ୍ଟମର ମଧ୍ୟ ପରୀକ୍ଷଣ ହେବ।
ପରୀକ୍ଷାରେ ମହାକାଶଚାରୀଙ୍କ ଯାନଟି ମହାକାଶରେ ୧୭ କିଲୋମୋଟର ଉଚ୍ଚତାକୁ ଯିବ। ସେଠାରେ କିଛି ସମୟ ରହିବା ପରେ ଏହା ପୁଣି ପୃଥିବୀ ଆଡ଼କୁ ଫେରିବ । ପରେ ଏହା ପ୍ୟାରାସୁଟ ମଧ୍ୟମରେ ଶ୍ରୀହରିକୋଟାର ଉପକୂଳସ୍ଥ ବଙ୍ଗୋପସାଗରରେ ଲ୍ୟାଣ୍ଡ କରିବଲ । ଭାରତୀୟ ନୌସେନା ଦ୍ୱାରା ଉଦ୍ଧାର କରାଯିବ। ଏଥିପାଇଁ ନୌସେନା କର୍ମଚାରୀଙ୍କ ଏକ ଡାଇଭିଂ ଟିମ୍ ଗଠନ କରାଯାଇଛି । ଏହା ବ୍ୟତୀତ ମିଶନ ପାଇଁ ଏକ ଜାହାଜ ମଧ୍ୟ ପ୍ରସ୍ତୁତ ହେବ । ଏଥିରେ କ୍ରୁ ମଡ୍ୟୁଲର ଉଡ଼ାଣ, ଏହାର ଅବତରଣ ଏବଂ ସମୁଦ୍ରରୁ ପୁନରୁଦ୍ଧାର ଅନ୍ତର୍ଭୁକ୍ତ ହେବ।
ଗଗନଯାନ ଭାରତର ପ୍ରଥମ ମହାକାଶ ମିଶନ ହୋଇଥିବାବେଳେ୨୦୨୫ ଆରମ୍ଭରେ ଲଞ୍ଚ କରାଯିବ। ୨୦୨୪ରେ ମାନବବିହୀନ ପରୀକ୍ଷଣ ହେବ, ଯେଉଁଥିରେ ଏକ ରୋବଟ୍ ପଠାଯିବ। ପରେ ତିନି ଜଣ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଯିବାର ଯୋଜନା ରହିଛି। ଚନ୍ଦ୍ରଯାନ-୩ର ସଫଳତା ପରେ ଗଗନଯାନ ଭାରତର ପ୍ରଥମ ମହାକାଶ ମିଶନ କିଭଳି ସଫଳ ହେବ ସେନେଇ ଜାରି ରହିଛି ଗବେଷଣା। ଏହି ମିଶନ ସଫଳ ହେଲେ ଭାରତ ରଚିବ ଇତିହାସ।