ଓଡ଼ିଶା 365 (ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ନିକଟ କେରପାଇରେ, ତିଜମାଳି ଖଣି ଖନନକୁ ନେଇ ଚାଲିଥିବା ଜନଶୁଣାଣି ବେଳେ ମୁହାଁମୁହିଁ ହେଲେ ବେଦାନ୍ତ ସପକ୍ଷବାଦୀ ଓ ବିପକ୍ଷବାଦୀ । ସଭାସ୍ଥଳରେ କଥା କଟାକଟି ହେବାରୁ ଉତେଜନା ବଢିଥିଲା ଦେଖାଦେଇଥିଲା। ଏହାପରେ ସଭାସ୍ଥଳରେ ଚୌକି, ଟେବୁଲ ଭାଙ୍ଗି ଦେଇଥିଲେ ଆଦିବାସୀ । ବେଦାନ୍ତକୁ ଖଣି ଖନନ ଦେବା ପାଇଁ ମୈତ୍ରୀ କମ୍ପାନୀ ପକ୍ଷରୁ କିଛି ସମର୍ଥକଙ୍କୁ ଆଣି ନିଜ ସପକ୍ଷରେ ଜନ ଶୁଣାଣି କରିବାକୁ ଉଦ୍ୟମ ହେଉଥିଲା । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ଅଞ୍ଚଳର ଆଦିବାସୀ । କମ୍ପାନୀ କର୍ତ୍ତୃପକ୍ଷ ଆଣିଥିବା ସମର୍ଥକଙ୍କୁ ଗୋଡାଇ ଗୋଡାଇ ସଭାସ୍ଥଳକୁ ଧସେଇ ପଶିଥିଲେ । ଏଥିସହ ଜନଶୁଣାଣୀ ସଭାସ୍ଥଳରେ ଚୌକି ଟେବୁଲ ଭାଙ୍ଗି ଦେଇଥିଲେ । ଏପରିକି ପରିବେଶ ଅଧିକାରୀଙ୍କୁ ମଧ୍ୟ ପାଣି ବୋତଲ ଫିଙ୍ଗିଥିଲେ ଉତ୍ୟକ୍ତ ଆଦିବାସୀ ।
‘ତିଜିମାଳି, କୁଟରୁ ମାଳି, ଖଣ୍ଡୁଆଳ ମାଳି ବଞ୍ଚିଥାଉ’- ‘ଜମି ଜଙ୍ଗଲ ଝରଣା ଆମର ସମ୍ପତ୍ତି, ଆମର ପାଖରେ ଥାଉ’ ବୋଲି ନାରାବାଜି କରିଥିଲେ । କିଛି ଲୋକ କମ୍ପାନୀ ହେଉ ମାତ୍ର ନିଯୁକ୍ତି ଦେଉ ବୋଲି କହିଥିବା ବେଳେ ଅନ୍ୟମାନେ ମରିବୁ ପଛେ ଜଙ୍ଗଲ, ଜମି ଛାଡିବୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଉଛନ୍ତି ।