ଓଡ଼ିଶା 365 (ବ୍ୟୁରୋ) : ସାରା ଦେଶରେ ନଦୀ ମାନଙ୍କ ମଧ୍ୟରୁ ଗଙ୍ଗା ନଦୀକୁ ମାତା ଗଙ୍ଗା ବା ପବିତ୍ର ନଦୀର ନାମରେ ଜଣାଶୁଣା । ବିଶ୍ୱାସ ରହିଛି, ଗଙ୍ଗା ନଦୀରେ ଗାଧୋଇବା ଦ୍ୱାରା ସମସ୍ତଙ୍କ ପାପ ଧୋଇଯାଏ । ମଣିଷ ନିଜ ପାପରୁ ମୁକ୍ତି ପାଇବା ପାଇଁ ଗଙ୍ଗାରେ ଗାଧୋଇଥାଏ । ଖାଲି ସେତିକି ନୁହେଁ, କୁହାଯାଏ ଯେ ଜଣେ ବ୍ୟକ୍ତି ତାର ଶେଷ ସମୟରେ ଗଙ୍ଗା ଜଳକୁ ପିଇଲେ ମୃତ୍ୟୁ ପରେ ତାକୁ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ସନାତନ ଧର୍ମରେ ଗଙ୍ଗା ଜଳର ଅନେକ ମହତ୍ୱ ରହିଛି । ଯେଉଁଠାରେ ଗଙ୍ଗା ଜଳ ଅଛି ତାର ଆଖପାଖରେ ସକରାତ୍ମକ ଶକ୍ତି ରହିଥାଏ ।
ଯଦି କୌଣସି ବ୍ୟକ୍ତିଙ୍କ ଘରେ ସର୍ବଦା ବିବାଦ ଲାଗି ରହିଥାଏ, ତେବେ ପୂଜା ପରେ ସେ ତାଙ୍କ ଘରେ ଗଙ୍ଗା ପାଣି ଛିଞ୍ଚିବା ଉଚିତ୍ । ଏହା ସହିତ ଘରର ଅସୁବିଧା ମଧ୍ୟ ଦୂରହେବା ନେଇ ବିଶ୍ୱାସ ରହିଛି ହେବ, ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇ ସକାରାତ୍ମକ ଶକ୍ତି ପ୍ରବେଶ କରିବ । ଗ୍ରହଦୋଷ କାଟିବା ପାଇଁ ପୀଡିତ ବ୍ୟକ୍ତି ପୂଜା କରିବା ପରେ ପ୍ରତି ସୋମବାର ଭଗବାନ ଶିବଙ୍କୁ ଗଙ୍ଗା ଜଳରେ ଅଭିଷେକ କରିବା ଉଚିତ୍ । ଏହାଦ୍ୱାରା ଗ୍ରହଦେଷ ସମସ୍ୟାରୁ ମୁକ୍ତି ମିଳିଥାଏ ।