ଓଡ଼ିଶା 365 (ବ୍ୟୁରୋ): ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ମଙ୍ଗଳବାର ଗାଜାର ଅଲ-ଅହଲି ହସ୍ପିଟାଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୫୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସୋସିଆଲ ମିଡିଆ ଆକାଉଣ୍ଟକୁ ପ୍ରତିକ୍ରିୟା ଦେଇ “ଏହି ଯୁଦ୍ଧରେ ସାଧାରଣ ନାଗରିକଙ୍କ କ୍ଷତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନେ ଏଥିରୁ ରକ୍ଷା ପାଇବା ଉଚିତ ନୁହେଁ।”
ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଏକ ଯୁଦ୍ଧ ଚାଲିଛି । ଉଭୟଙ୍କ ମଧ୍ୟରେ ଭୟଙ୍କର ଲଢେଇ ଚାଲିଛି। ଇସ୍ରାଏଲ୍ ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରୁଛି ଏବଂ ଏହାର ସ୍ଥଳ ବାହିନୀ ମଧ୍ୟ ଉତ୍ତର ଗାଜା ଉପରେ ଆକ୍ରମଣ କରିଛି ଏବଂ ସେଠାରେ ରହୁଥିବା ଲୋକଙ୍କୁ ସେହି ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି ସମୟରେ ସେ ଏଠାରେ ଅବସ୍ଥିତ ଏହି ଡାକ୍ତରଖାନା ଖାଲି କରିବାକୁ ଚେତାବନୀ ଦେଇଛନ୍ତି।
ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଡାକ୍ତରଖାନା ଉପରେ ଏୟାର ଆକ୍ରମଣ ହୋଇଛି ଏବଂ ପାଲେଷ୍ଟାଇନର ହାମାସ ନିୟନ୍ତ୍ରିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏଠାରେ ୫୦୦ ଜଣଙ୍କର ମୃତ୍ୟୁ ଖବର ରହିଛି। ସେବେଠାରୁ ଅଭିଯୋଗ ହେଉଛି ଯେ ଇସ୍ରାଏଲ ଡାକ୍ତରଖାନା ଉପରେ ଆକ୍ରମଣ କରି ଏଠାରେ ରହୁଥିବା ସାଧାରଣ ନାଗରିକଙ୍କୁ ହତ୍ୟା କରିଛି।