ଓଡ଼ିଶା 365 (ବ୍ୟୁରୋ): ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ । ପୁରସ୍କାର ପ୍ରଦାନ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏବଂ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର । ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ପାଇଥିଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର । କ୍ରୀତି ସନାନ୍ ଓ ଆଲିଆ ଭଟ୍ଟ ପାଇଥିଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ।
ସୂଚନା ଅନୁଯାୟୀ, ପୂର୍ବରୁ ୨୦୨୩ ମସିହା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ବର୍ତ୍ତମାନ ଚଳଚ୍ଚିତ୍ର ‘ମିମି’ ପାଇଁ କ୍ରୀତି ସାନନ୍ ,‘ଗଙ୍ଗୁବାଇ କାଥିଆୱାଡ଼’ ପାଇଁ ଆଲିଆ ଭଟ୍ଟ ଏବଂ ‘ପୁଷ୍ପା’ ପାଇଁ ଅଲ୍ଲୁ ଅର୍ଜୁନ ପୁରସ୍କୃତ ହୋଇଛନ୍ତି । ଏହାସହ ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ପୁରସ୍କାର ପାଇଛନ୍ତି
ସେହିପରି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ଶେରଶାହକୁ ସ୍ପେଶାଲ ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି । ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କୁ ବେଷ୍ଟ ଡାଇରେକ୍ଟର ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଯେତେବେଳେ କରଣ ଆୱାର୍ଡ ଗ୍ରହଣ କରୁଥିଲେ ସେତେବେଳେ ବିବେକ ମଞ୍ଚ ଠାରୁ ଦୂରେ ଭିନ୍ନ ରିଆକ୍ସନ ଦେଉଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେତେବେଳେ କରଣ ଆୱାର୍ଡ ଆଣିବାକୁ ମଞ୍ଚକୁ ଯାଆନ୍ତି, ସେତେବେଳେ ବିବେକ ମଞ୍ଚ ଠାରୁ ଦୂରରେ ରହି ଏକ ଭିନ୍ନ ରିଆକ୍ସନ ଦେଉଥିବାର ଦେଖିବାକୁ ମିଳିଥିଲା । ବିବେକ ଅଗ୍ନିହୋତ୍ରୀ କରଣଙ୍କ ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି ନାହିଁ। ସେ ନିଜେ ଏକ ସାକ୍ଷାତକାରରେ ଏହି ବିଷୟରେ ଖୁଲାସା କରିଥିଲେ ।
ବିବେକ, କହିଥିଲେ ଯେ କରଣ ଜୋହର ଭାରତୀୟ ସିନେମାର ସଂସ୍କୃତିକୁ ନଷ୍ଟ କରୁଛନ୍ତି। ବିଶେଷକରି କରଣ ଜୋହର ଏବଂ ଶାହାରୁଖ ଖାନଙ୍କ ସିନେମା, ଯାହା ଭାରତର ସାଂସ୍କୃତିକ କପଡାକୁ ଖରାପ କରିଦେଇଛି । ତେଣୁ ମୁଁ ଭାବୁଛି ପ୍ରକୃତ କାହାଣୀ କହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହେଲେ ଏହି ସମ୍ମାନ ଜନକ ଜାତୀୟ ପୁରସ୍କାର ପାଇଁ ସେ କରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।