ଓଡ଼ିଶା 365 (ବ୍ୟୁରୋ) : ମଣିଷ ଶରୀର ପାଇଁ ନିହିତି ଆବଶ୍ୟକ ରହିଛି ଜଳ । ତେବେତ ଶରୀର ୭୦ ପ୍ରତିଶତ ପାଣିରେ ତିଆରି । ଆପଣ ସୁଣିଥିବେ ବେଳେ ବେଳେ ଡାକ୍ତରମାନେ ନିଜ ରେଗୀଙ୍କୁ ଅଧିକ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ଆପଣ ଜାଣନ୍ତିକି ଆବଶ୍ୟକରୁ ଅଧିକ ପାଣି ପିଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ । ତେବେ ଜାଣନ୍ତୁ ଶରୀର କେତେବେଳେ ପାଣି ଦରକାର କରେ । ଶରୀରର ପାଇଁ ଯେତିକି ଦରକର ସେତିକି ପାଣି ପିଇବା ଉଚିତ । ଆସନ୍ତୁ ଜାଣିବା ଆମ ଶରୀର ବାସ୍ତବିକ ରୂପେ କେତେ ପାଣି ଦରକାର କରେ ?
ଯେତେବେଳେ ଆପଣଙ୍କୁ ଶୋଷ ଲାଗୁଛି, ସେତେବେଳ ନିଜକୁ ନରୋକି ପାଣି ପିଅନ୍ତୁ । ଶୋଷ ସେତେବେଳେ ଲାଗେ ଯେତେବେଳେ ଶରୀରକୁ ପାଣିର ଦରକାର ପଡେ । ଏମିତିରେ ମସ୍ତିସ୍କ ଆମକୁ ଶୋଷ ଲାଗୁଛି ବୋଲି ଖବର ପଠାଏ । ଖାଦ୍ୟ ଖାଇବାର ୩ ମିନିଟ ପୂର୍ବରୁ ପାଣି ପିଅନ୍ତୁ । ଯଦି ଆପଣ ଖାଇବା ପରେ ପାଣି ପିଇବା ପାଇଁ ଚାହାନ୍ତି ତେବେ ଘଣ୍ଟାଏ ଅନ୍ତରରେ ପାଣି ପିଇବା ଉଚିତ ।
ଯଦି ଆପଣଙ୍କୁ ଉଚ୍ଚ ରକ୍ତଚାପ, ଜ୍ୱର, କୋଷ୍ଠକାଠିନ୍ୟ, ଗ୍ୟାସ ଆଦିର ଅସୁବିଧା ରହିଛି, ଏପରିସ୍ଥଳେ ଅଧିକରୁ ଅଧିକ ପାଣି ପିଇବା ଉଚିତ । ଯେତେବେଳେ ବି ଆପଣ କୌଣସି ଗରମ କିମ୍ବା ତରଳ ଖାଦ୍ୟ ଖାଉଛନ୍ତି ଏହାର ତୁରନ୍ତ ପରେ ପାଣି ପିଇବା ଉଚିତ ନୁହଁ । ଥଣ୍ଡା ପାଣି ପିଇବାରୁ ନିଜକୁ ଦୂରେଇ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟାକରନ୍ତୁ ।