ଓଡ଼ିଶା 365 (ବ୍ୟୁରୋ): ପ୍ରଭାସଙ୍କ ଆଗାମୀ ଫିଲ୍ମ ସାଲାରକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ଏହାକୁ ନେଇ ଏକ ବଡ଼ ଖବର ଆସି ପହଞ୍ଚୁଛି । ପ୍ରଭାସ ଏବେ ବିବାହ କରିବାକୁ ଯାଉଛନ୍ତି। ହଁ, ଆପଣ ଏହା ଶୁଣି ଆଶ୍ଚର୍ୟ୍ୟ ହୋଇପାରନ୍ତି କିନ୍ତୁ ବର୍ତ୍ତମାନ ତାଙ୍କ ବିବାହ ବିଷୟରେ ଅନେକ ଶୁଣିବାକୁ ମିଳିଛି। ତାଙ୍କର ଜଣେ ସମ୍ପର୍କୀୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ଯାହାକୁ ନେଇ ନା ନା ଚର୍ଚ୍ଚା ଆରମ୍ଭ ହେଲାଣି ।
ବର୍ତ୍ତମାନ ଏହି ବିଷୟରେ କଥାବାର୍ତ୍ତା କରି ପ୍ରଭାସଙ୍କ ମାଉସୀ ଗଣମାଧ୍ୟମକୁ କହିଛନ୍ତି, ‘ଦୁର୍ଗାମାଆଙ୍କର ଆଶୀର୍ବାଦ ଅଛି । ଭଗବାନ ଆମ ସମସ୍ତଙ୍କର ଯତ୍ନ ନେବେ। ପ୍ରଭାସ ନିଶ୍ଚିତ ବିବାହ କରିବେ ଏବଂ ଏହା ଖୁବ୍ ଶୀଘ୍ର ହେବ । ବିବାହ ପାଇଁ ଆମେ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରିବୁ । ‘ଏବେ ପ୍ରଶ୍ନ ଉଠିଛି ଯେ ପ୍ରଭାସଙ୍କ କନ୍ୟା କିଏ ହେବ? ହେଲେ ଅଭିନେତାଙ୍କ ନାମ ବର୍ତ୍ତମାନ ପର୍ୟ୍ୟନ୍ତ ଅନେକ ବଲିଉଡ ଏବଂ ଦକ୍ଷିଣ ଅଭିନେତ୍ରୀଙ୍କ ସହ ଜଡିତ ଅଛି।