ଓଡ଼ିଶା 365 (ବ୍ୟୁରୋ): ଆନ୍ଦୋଳନ ଡାକରା ଦେଇଛନ୍ତି ଭୁବନେଶ୍ୱର କଞ୍ଚା ପରିବା ମହାସଂଘ । ସେଥିପାଇଁ ପାର୍ବଣରେ ମିଳିବନି କଞ୍ଚା ପରିବା । ୭ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି। ଦାବି ପୂରଣ ନହେଲେ ଆସନ୍ତା ୨୦ ତାରିଖରୁ ରାଜଧାନୀର ସବୁଠୁ ବଡ଼ ପରିବା ମାର୍କେଟ ୟୁନିଟ୍ -୧ ହାଟ ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବେ। ଯାହା ଫଳରେ ରାଜଧାନୀରେ କଞ୍ଚା ପରିବା ମିଳିବନି। ଭୁବନେଶ୍ୱର ସମେତ ରାଜ୍ୟରେ କଞ୍ଚା ପରିବା ସଙ୍କଟ ଦେଖା ଦେଇପାରେ ।
ପାର୍ବଣରେ ପରିବା ସଂକଟ ଆଶଙ୍କା ସବୁଠି ଚିନ୍ତା ବଢ଼ାଇ ଦେଇଛି। ଏମିତି ଆଜିଠାରୁ କିଛି କିଛି ପରିବାର ଦରବୃଦ୍ଧି ଆରମ୍ଭ ହୋଇଯାଇଛି । କାରଣ ମହାରାଷ୍ଟ୍ର, ବେଙ୍ଗାଲୁରୁ, ପଶ୍ଚିମବଙ୍ଗ, ତେଲେଙ୍ଗାନାରୁ ଆସୁଥିବା ପରିବା ଟ୍ରକ ଆଉ ଆସିବ ନାହିଁ । ଏନେଇ ନିଷ୍ପତି ନେଇଛି କଞ୍ଚା ପରିବା ବ୍ୟବସାୟୀ ସଂଘ। ଏସବିଆଇ କଡ଼ରେ ଥିବା ରାସ୍ତାକୁ ଅବରୋଧ ୟୁନିଟ ୧ ଦୁର୍ଗାପୂଜା କମିଟି ପକ୍ଷରୁ କରାଯାଇଛି ବୋଲି ଅଭିଯୋଗ କରିଛି ମହାଜନ ସଂଘ । ଏହାସହ ଏହି ରାସ୍ତା କଡରେ ଥିବା ପ୍ଲାଷ୍ଟିକ୍ ବଜାରକୁ ଉଛେଦ କରିବା ପାଇଁ ମଧ୍ୟ ଦାବି କରିଛି ସଂଘ ।