ଓଡ଼ିଶା 365 (ବ୍ୟୁରୋ): ଗତକାଲି ଘୋଷଣା ହୋଇଛି ଜାତୀୟ ଚଳଚିତ୍ର ପୁରସ୍କାର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବାରେ ଚଳଚ୍ଚିତ୍ର କଳାକାରମାନେ ପରିବର୍ତ୍ତନର ଏଜେଣ୍ଟ ଏବଂ ସଚେତନତା ପ୍ରସାରଣରେ ସିନେମା ସବୁଠୁ ପ୍ରଭାବଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ କହିଛନ୍ତି।
ବର୍ଷୀୟାନ ଅଭିନେତ୍ରୀ ଓ୍ବାହିଦା ରେହମାନଙ୍କୁ ସମ୍ମାନଜନକ ଦାଦାସାହେବ ଫାଲ୍କେ ପୁରସ୍କାର ସମେତ ଅନ୍ୟମାନଙ୍କୁ ପୁରସ୍କୃତ କରିବା ପରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଥିଲେ, ଚଳଚ୍ଚିତ୍ର କେବଳ ବ୍ୟବସାୟ ଏବଂ ମନୋରଞ୍ଜନରେ ସୀମିତ ନୁହେଁ। ଏହା ଆମ ସମାଜର ଏକ ଦସ୍ତାବିଜ ଏବଂ ଏହାକୁ ବିକଶିତ କରିବାର ମାଧ୍ୟମ।
ଚଳିତ ବର୍ଷର ପୁରସ୍କାର ବିଜୟୀ ଚଳଚ୍ଚିତ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ନାବାଳିକା ଚାଲାଣ, ନାରୀ ନିର୍ୟାତନା, ଦୁର୍ନୀତି ଏବଂ ସାମାଜିକ ଶୋଷଣ ଆଦି ବିଭିନ୍ନ ପ୍ରସଙ୍ଗକୁ ମୁକାବିଲା କରିବାରେ ସହାୟକ ହୋଇଛି।