ଓଡ଼ିଶା 365 (ବ୍ୟୁରୋ): ପାର୍ବଣରେ ବଦଳିବ ପାଗ । ବର୍ଷାରେ ଭିଜିବ ଓଡ଼ିଶା । ଆଶ୍ୱସ୍ତ ହେବେ ରାଜ୍ୟବାସୀ । ଅକ୍ଟୋବରରେ ଯେଉଁଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ତାହା ଏବେ କ୍ରମଶଃ ୨୦ ତାରିଖରୁ କମି ବୋଲି ଜଣାପଡିଛି । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ଯେ ୨୦ରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିବା ଆରମ୍ଭ କରିବ । ଏଥିସହିତ ରାତିରେ ହାଲ୍କା ଶୀତ ପଡ଼ିବା ଆରମ୍ଭ ହୋଇଯିବ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜିଠୁ ୨୦ ତାରିଖ ପର୍ୟ୍ୟନ୍ତ ହାଲୁକା ବର୍ଷା ହୋଇପାରେ । ଆରବ ସାଗରରେ ବାତ୍ୟା ଆସିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ ।