ଓଡ଼ିଶା ୩୫୬(ବ୍ୟୁରୋ): ପୁଣି ବଢିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ । କଟକ ସବରେଜିଷ୍ଟାର ଅଫିସରେ ପହଞ୍ଚିଲେ ସୋମାଲିକା । ହାଇକୋର୍ଟରେ ଦାୟର ମାମଲାର କପି ଦାଖଲ କରିଛନ୍ତି । ବିଜୟଙ୍କ ବୟସ ସମ୍ପର୍କିତ ତଥ୍ୟକୁ ନେଇ ସେ ଅଭିଯୋଗ କରିଛନ୍ତି । ଭିନ୍ନ ଭିନ୍ନ ଆବେଦନରେ ଭିନ୍ନ ବୟସ ଉଲ୍ଲେଖ ଥିବା ଅଭିଯୋଗ କରିଛନ୍ତି । ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ସୋମାଲିକା ଦାଶ ।
ସେ କହିଛନ୍ତି ମାମଲା ବିଚାରଧୀନ ଅଛି । ନ୍ୟାୟ ନମିଳିବା ଯାଏଁ ବିଧାୟକଙ୍କ ବାହାଘର ବନ୍ଦ ରହୁ । ମୋତେ ନ୍ୟାୟ ମିଳିଲେ ସେ ଯେଉଁଠି ଚାହିଁବେ ସେଠି ବାହା ହୁଅନ୍ତୁ । ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା । ଆଗକୁ ସୋମାଲିକା ଏବଂ ବିଜୟଶଙ୍କରଙ୍କ ମାମଲା ଆହୁରି ବିବାଦୀୟ ହେବାକୁ ଥିବା ଚର୍ଚ୍ଚା ହେଉଛି ।