ଓଡ଼ିଶା 365 (ବ୍ୟୁରୋ): ଆଜିଠୁ ଶିମିଳିପାଳରେ ଆରମ୍ଭ ହୋଇଛି ବନ୍ୟପ୍ରାଣୀ ଗଣନା । ଏନେଇ ଶିମିଳିପାଳ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ୪ ଶହରୁ ୫ ଶହ ଟ୍ରାପ୍ କ୍ୟାମେରା ବାଘମାନଙ୍କର ଗତିବିଧି ଉପରେ ନଜର ରଖିଥିବା ବେଳେ ୫୦୦ରୁ ଅଧିକ ତାଲିମପ୍ରାପ୍ତ ବନ କର୍ମଚାରୀ ଓ ଅଭିଜ୍ଞ ଅଧିକାରୀଙ୍କୁ ନେଇ ଆରମ୍ଭ ହୋଇଛି ବାଘ ଗଣନା ।
ମହାବଳ ବାଘ ପାଇଁ ଶିମିଳିପାଳ ଅଭୟାରଣ୍ୟ ପ୍ରସିଦ୍ଧି ଲାଭ କରିଥିବା ବେଳେ ଶିମିଳିପାଳରେ ପ୍ରକୃତ ବାଘସଂଖ୍ୟା ଜାଣିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱରା ଆରମ୍ଭ ହୋଇଛି ଏହି ବାଘ ଗଣନା ପ୍ରକ୍ରିୟା । ଏଥିରେ ତାଲିମପ୍ରାପ୍ତ ଅଧିକାରୀଙ୍କ ସହିତ ବିଭିନ୍ନ ରେଞ୍ଜର କର୍ମଚାରୀ ସାମିଲ ହୋଇଛନ୍ତି । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୬ଟି ରେଞ୍ଜରେ ଥିବା ୧୭୩ଟି ବିଟ୍ ସମେତ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବନଖଣ୍ଡ ଅଂଚଳରେ ଆରମ୍ଭ ହୋଇଥିବା ବାଘ ଗଣନା ପ୍ରକ୍ରିୟା ୨୦୨୪ ଜାନୁଆରୀ ୧୮ ତାରିଖ ଯାଏଁ ଚାଲୁ ରହିବ ।