ଓଡ଼ିଶା 365 (ବ୍ୟୁରୋ): ପୁଣି ଖାକିରେ କଳଙ୍କ । ଖାକିରେ ଲାଗିଲା ଦାଗ । ପୋଲିସ ଉପରେ ଲାଗିଲା ଦୁଷ୍କର୍ମର ଦାଗ । ଜଣେ ପୋଲିସ ଏଏସଆଇ ଓ ଜଣେ ହୋମଗାର୍ଡ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ । ଅଭିଯୋଗ ପରେ ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଇଥିବା ବେଳେ ଶେଷରେ ଦୁଇ ଜଣଙ୍କୁ ବାନ୍ଧିଛି ପୋଲିସ । ମୟୁରଭଞ୍ଜ ଜାମଦା ଥାନାର ଏଏସଆଇ ଆନନ୍ଦ ମାଝୀ ବ୍ଳକ ହେଡକ୍ୱାର୍ଟରରେ ଏକା ରହୁଥିଲେ ।
ସେହି ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ଏଏସଆଇଙ୍କ କ୍ୱାର୍ଟର୍ସରରେ କାମ କରୁଥିଲେ । ସୁଯୋଗ ପାଇ ଏଏସଆଇ ନାବାଳାକାଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କ ପିଉସୀ ଥାନାରେ ଏତଲା ଦେଇଥିଲେ । ସେହିପରି ୧୩ ତାରିଖରେ ଥାନାର ହୋମଗାର୍ଡ ଜାମଦା ବ୍ଳକ ଗୁଳନ୍ଦା ଗାଁର ଦେବାନନ୍ଦ ପାତ୍ରଙ୍କ ନାଁରେ ମଧ୍ୟ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଥିଲା । ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏ ଦିଗରେ ଅଧିକ ତଦନ୍ତ ଜାରି ରହିଛି ।