ଓଡ଼ିଶା 365 (ବ୍ୟୁରୋ): ୧୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ସୋନପୁର ଜିଲ୍ଲା ଆଦିବାସୀ ସଂଘ। ସଂଘ ପକ୍ଷରୁ ସୋନପୁର ସହରରେ ଏକ ବିଶାଳ ଆଦୀବାସୀ ମହାମେଳୀ ଆନୁଷ୍ଠିତ ହୋଇଯାଇଛି। ରକାରଙ୍କ ଦ୍ୱାରା ରଣା, ମାଳୀ ଓ ଅନ୍ୟାନ୍ୟ ଜାତିକୁ ଆଦିବାସୀ ଜାତି ତାଲିକାରେ ସାମିଲ କରାଯିବାକୁ ନେଇ ତୁରନ୍ତ ପ୍ରତ୍ୟାହାର, ଜଙ୍ଗଲ ଜମି ଅଧିକାର ଆଇନ-୨୦୨୩କୁ ପ୍ରତ୍ୟାହାର କରି ୨୦୦୬-୦୭ ଆଇନକୁ ଲାଗୁ କରି ପଟ୍ଟା ପ୍ରଦାନ ଓ ନକଲି ଆଦିବାସୀଙ୍କୁ ସରକାର ତୁରନ୍ତ ଚିହ୍ନଟ କରି ବହିଷ୍କାର କରିବା ଆଦି ୧୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଆଦିବାସୀ ସଂଘ।
ସ୍ଥାନୀୟ ରୟାଲ ପଡିଆଠାରୁ ହଜାର ହଜାର ସଂଖ୍ୟକ ଆଦୀବାସୀ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ନୃତ୍ୟ ଗିତରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛି ଆଦିବାସୀ ସଂଘ।