ଓଡ଼ିଶା ୩୬୫ (ବ୍ୟୁରୋ): ଚନ୍ଦ୍ର ଏବଂ ସୂର୍ଯ୍ୟ ଅଭିଯାନ ପରେ ଏବେ ଇସ୍ରୋ ମିଶନ ଗଗନ ଯାନ ଆରମ୍ଭ କରୁଛି । ଏହି ପ୍ରସ୍ତୁତିର ସମୀକ୍ଷା କରିବାକୁ ଯାଇଥିବାବେଳେ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏବଂ ଇସ୍ରୋ ପାଇଁ ଧାର୍ୟ୍ୟ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ।
ବୈଠକରେ ଇସ୍ରୋ ବୈଜ୍ଞାନିକ ତଥା ଅଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରିବା କ୍ରମରେ କହିଛନ୍ତି ଯେ, ‘ଭାରତ ୨୦୩୫ ସୁଦ୍ଧା ସ୍ପେଶ୍ ଷ୍ଟେସନ୍ ଓ ୨୦୪୦ ସୁଦ୍ଧା ଚନ୍ଦ୍ରମାକୁ ମାନବ ପଠାଇବ ।ଏହା ବ୍ୟତୀତ ଶୁକ୍ର ଓ ମଙ୍ଗଳ ଗ୍ରହ ମିଶନ ମଧ୍ୟ ଆରମ୍ଭ କରିବ ଇସ୍ରୋ । ତେଣୁ ଏବେଠାରୁ ତତ୍ପର ହୋଇଛନ୍ତି ଇସ୍ରୋ ବୈଜ୍ଞାନିକ । ମହାକାଶ ବିଭାଗ ଗଗନଯାନ ଅଭିଯାନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି। ଯେଉଁଥିରେ ଏପର୍ୟ୍ୟନ୍ତ ବିକଶିତ ହୋଇଥିବା ବିଭିନ୍ନ ଜ୍ଞାନକୌଶଳ ଯଥା ମାନବ-ରେଟେଡ୍ ଲଞ୍ଚ ଯାନ ଏବଂ ସିଷ୍ଟମ୍ କ୍ଷମତା ଅନ୍ତର୍ଭୁକ୍ତ । ଯାହା ପରେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ଇସ୍ରୋ ବୈଜ୍ଞାନିକ ।