ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ଡ୍ରାଏ ଫ୍ରୁଟ୍ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ଡ୍ରାଏ ଫ୍ରୁଟ୍ ଶରୀରର ମଧୁମେହର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେବେ ଡ୍ରାଏ ଫ୍ରୁଟ୍ ମଧ୍ୟରେ ପ୍ରାୟତଃ ଲୋକେ ପିସ୍ତା ବାଦାମ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ବାଦାମ ସମସ୍ତଙ୍କ ପାଇଁ ସୁସ୍ଥ ନୁହେଁ ? କାରଣ କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବାଦାମ ଖାଇବା ହୋଇପାରେ କ୍ଷତିକାରକ । କାରଣ ଏହା ଦ୍ୱାରା କୌଣସି ଲାଭହୋଇନଥାଏ । ତେବେ କେଉଁ ଲୋକଙ୍କ ପାଇଁ ପିସ୍ତା ବାଦାମ ଖାଇବା କ୍ଷତିକାରକ ହୋଇପାରେ ତାହା ଜାଣି ରଖନ୍ତୁ ।
ତେବେ ପ୍ରତିଦିନ ଆପଣ କୌଣସି ଔଷଧ ଖାଉଥିଲେ, ତେବେ ପିସ୍ତା ବାଦାମ ଖାଇବା ମନା । ପିସ୍ତାବାଦାମରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ତତ୍ତ୍ୱ ରହିଥାଏ ।ତେବେ ମ୍ୟାଗ୍ନେସିୟମ୍ ଆଣ୍ଟାସିଡ୍, ଲେକ୍ସାଟିଭ୍, ରକ୍ତଚାପ ଔଷଧ ଲୋକଙ୍କ ଶରୀରରେ ଅନେକ ଆଣ୍ଟିବାୟୋଟିକ୍ ଭଳି ଆଣ୍ଟିସାଇକୋଟିକ୍ ପ୍ରଭାବକୁ ହ୍ରାସ କରିପାରେ ।
ପିସ୍ତାବାଦାମରେ ଭିଟାମିନ-ଇ ଭରପୂର ମାତ୍ରାରେ ଥାଏ । ତେବେ ଯଦି ଆପଣ ଅଧିକ ପିସ୍ତା ବାଦାମ ଖାଆନ୍ତି, ତାହେଲେ ଏହା କେଶ ଏବଂ ସ୍କିନ୍ ପାଇଁ ଭଲ ଅଟେ। ଏହା ଆଣ୍ଟିଅକ୍ସିଡାଣ୍ଟକୁ ରକ୍ଷା କରିବା ପାଇଁ କାମ କରିଥାଏ। ପ୍ରତିଦିନ ତିନିରୁ ଚାରିଟି ବାଦାମ ଖାଇଲେ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଅଧିକ ପିସ୍ତା ବାଦାମ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଅଧିକ ଏମଜିର ଭିଟାମିନ୍ ଇ ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଯେଉଁମାନଙ୍କର ପାଚନ ପ୍ରକ୍ରିୟାରେ ସମସ୍ୟା ରହିଥାଏ, ସେମାନଙ୍କୁ ଅଧିକ ପରିମାଣର ପିସ୍ତା ବାଦାମ ଖାଇବା ଅନୁଚିତ୍ । ପିସ୍ତା ବାଦାମରେ ଫାଇବର ତତ୍ତ୍ୱ ଥାଏ । ତେବେ ପ୍ରତିଦିନ ୩ ରୁ ୪ ବାଦାମ ଖାଇଲେ ଶରୀରକୁ ୨୫ ରୁ ୪୦ ଗ୍ରାମ ଫାଇବର ମିଳିଥାଏ । ଅଧିକ ବାଦାମ ଖାଇଲେ କୋଷ୍ଠକାଠିନ୍ୟରେ ସମସ୍ୟା ସୃଷ୍ଟି ହୋଇପାରେ ।