ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଅଧିକାଂଶ ବାହାର ଖାଦ୍ୟ ବିଶେଷ ତେଲ ଜିନିଷ ଅର୍ଥାତ୍ ଛଣାଛଣିକୁ ସାଧାରଣତଃ ଖବର କାଗଜରେ ପ୍ୟାକିଙ୍ଗ୍ କରି ଦିଆଯାଏ। ଏହାସହ ଖବର କାଗଜରେ ରଖି ଅନେକ ସମୟରେ ଲୋକେ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ଖାଇଥାଆନ୍ତି। ହେଲେ ଆପଣ ଜାଣନ୍ତି କି ସ୍ୱାସ୍ଥ୍ୟ ଉପରେ ଏହା ଅନେକ କୁପ୍ରଭାବ ପକାଇଥାଏ । ଖବର କାଗଜରେ ଖାଦ୍ୟ ଦ୍ରବ୍ୟ ଗୁଡାଇ ରଖି ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ। ଏହାଦ୍ବାରା କର୍କଟ ଭଳି ରୋଗ ହେବାର ସମ୍ଭାବନା ରହିଥାଏ। ଏହାସହ ପେଟ ଦରଜ, ଉଚ୍ଚ ରକ୍ତଚାପ ପରି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ପିଲା ଓ ବୟସ୍କଙ୍କ ପାଇଁ ଏପରି ସମସ୍ୟା ଅଧିକ ପରିମାଣରେ ଦେଖାଦେଇଥାଏ ।
ଏହାସହ ଖବର କାଗଜ ଛପା ହେବା ପାଇଁ ବ୍ୟବହାର କରାଯାଉଥିବା କାଳୀରେ ଅନେକ କ୍ଷତିକାରକ ତତ୍ତ୍ବ ରହିଛି। ଏହା ଶରୀର ପାଇଁ କ୍ଷତିକାରକ ଅଟେ। କାଳୀର ଅଳ୍ପ କିଛି ମାତ୍ରା ଆମ ଶରୀର ସଂସ୍ପର୍ଶରେ ଆସିବା ଦ୍ବାରା କର୍କଟ ରୋଗ ପରି ସମସ୍ୟା ଆମ ଶରୀରରେ ସୃଷ୍ଟି ହୋଇଥାଏ । ଏହାସହ ଅଧିକାଂଶ ସମୟରେ ଗରମ ଖାଦ୍ୟକୁ ଖବରକାଗଜରେ ରଖି ଖାଇବା ଦ୍ୱାରା ଯକୃତ କର୍କଟ ହେବାର ସମ୍ଭାବନା ରହିଥାଏ। ଯଦି ଖାଦ୍ୟକୁ ଦୀର୍ଘ ସମୟ ଧରି ଖବରକାଗଜରେ ରଖାଯାଏ ଏବଂ ଏହାକୁ ଖାଆନ୍ତି, ତେବେ ଏହାର କାଳୀରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ଏହା ଫୁସଫୁସ କର୍କଟ ସୃଷ୍ଟି କରିପାରେ। ଏହାସହ ପାଚନ କ୍ରିୟାରେ ସମସ୍ୟା ହେବାସହ ହରମୋନ ଅସନ୍ତୁଳନ ମଧ୍ୟ ହୋଇଥାଏ ।