ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଛି । ଗାଜାରେ ଚାଲିଥିବା ହିଂସା ଉପରେ ରୁଷିଆର ଯୁଦ୍ଧ ବିରତି ପ୍ରସ୍ତାବକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରତ୍ୟାଖ୍ୟାନ କରାଯାଇଛି। ରୁଷିଆର ପ୍ରସ୍ତାବ ଗାଜାରେ ସାଧାରଣ ନାଗରିକଙ୍କ ପ୍ରତି ହୋଇଥିବା ହିଂସାକୁ ନିନ୍ଦା କରିବା ସହ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଦାବି କରିଛି, କିନ୍ତୁ ଏଥିରେ ହମାସ କିମ୍ବା ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ।
ଏଭଳି ପରିସ୍ଥିତିରେ ପାଶ୍ଚାତ୍ୟ ଦେଶମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୧୫ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦରେ ଏହି ସଂକଳ୍ପ ପାରିତ କରିବାକୁ ୯ଟି ଭୋଟ ଆବଶ୍ୟକ ଥିଲା, ମାତ୍ର ୪ଟି ଦେଶ ଏହି ସଂକଳ୍ପକୁ ସମର୍ଥନ କରି ଭୋଟ ଦେଇଥିଲେ। ୪ ଦେଶ ଏହାକୁ ବିରୋଧ କରିଥିଲେ। ରୁଷିଆର ସଂକଳ୍ପକୁ ସମର୍ଥନ କରି ଭୋଟ ଦେଇଥିବା ଦେଶଗୁଡିକ ମଧ୍ୟରେ ଚାଇନ, ସଂଯୁକ୍ତ ଆରବ ଏମିରେଟ୍ସ, ମୋଜାମ୍ବିକ ଏବଂ ଗୋବୋନ ଅନ୍ତର୍ଭୁକ୍ତ।