ଓଡ଼ିଶା 365 (ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ । ପୁରସ୍କାର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏବଂ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର । ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର । କ୍ରୀତି ସନ୍ନୋନ ଓ ଆଲିଆ ଭଟ୍ଟ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ।
ସୂଚନା ଅନୁଯାୟୀ, ପୂର୍ବରୁ ୨୦୨୩ ମସିହା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ବର୍ତ୍ତମାନ ଚଳଚ୍ଚିତ୍ର ‘ମିମି’ ପାଇଁ କ୍ରୀତି ସାନନ୍ ,‘ଗଙ୍ଗୁବାଇ କାଥିଆୱାଡ଼’ ପାଇଁ ଆଲିଆ ଭଟ୍ଟ ଏବଂ ‘ପୁଷ୍ପା’ ପାଇଁ ଅଲ୍ଲୁ ଅର୍ଜୁନ ପୁରସ୍କୃତ ହୋଇଛନ୍ତି । ଏହାସହ ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ପୁରସ୍କାର ପାଇଛନ୍ତି।
ସେପଟେ ଅଲ୍ଲୁ ଅର୍ଜୁନ ହେଉଛନ୍ତି ପ୍ରଥମ ତେଲୁଗୁ ଅଭିନେତା ଯିଏ କି ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଅନ୍ୟପଟେ ୱାହିଦା ରେହମାନଙ୍କୁ ଭାରତୀୟ ସିନେମାରେ ନିଜର ଅବଦାନ ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହାସହ ରାଷ୍ଟ୍ରୀୟ ଏକତା ପାଇଁ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ୍’କୁ ସର୍ବଶ୍ରେଷ୍ଠ ନର୍ଗିସ ଦତ୍ତ ଆୱାର୍ଡରେ ସମ୍ମାନିତ ହୋଇଛି ।
ଏହାସହ ଶ୍ରେୟା ଘୋଷାଲଙ୍କୁ ବେଷ୍ଟ ଫିମେଲ୍ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ବେଷ୍ଟ ମ୍ୟୁଜିକ୍ କମ୍ପୋଜର ଭାବେ ଦେବୀ ପ୍ରସାଦଙ୍କୁ ପୁଷ୍ପା ଗୀତ ପାଇଁ ପୁରସ୍କାର ଦିଆଯାଇଛି । ଏବଂ ‘ସେରସାହ’ ପାଇଁ କରଣ ଜୋହର ଓ ବିଷ୍ଣୁ ବର୍ଦ୍ଧନଙ୍କୁ ମଧ୍ୟ ବେଷ୍ଟ ଡାଇରେକ୍ଟର ପୁରସ୍କାରରେ ପୁରସ୍କୃତ କରାଯାଇଛି ।