ଓଡ଼ିଶା 365 (ବ୍ୟୁରୋ) : ୟୁକ୍ରେନ-ଋୁଷର ଯୁଦ୍ଧ ସମୟରେ ମିଶନ ଗଙ୍ଗା ହେଉ ଅବା ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ବିଭୀଷିକ ମଧ୍ୟରେ ଅପରେସନ ଅଜୟ ହେଉ । ଯୁଦ୍ଧ ସମୟରେ ଯେତେବେଳେ ଭାରତୀୟ ମାନେ ବିଦେଶରେ ଫସି ରହିଥାନ୍ତି ସେତେବେଳେ ଦେଶବାସୀଙ୍କୁ । ରକ୍ଷା କରିବାକୁ ତୁରନ୍ତ ଆକ୍ସନ ନିଅନ୍ତି ମୋଦି ସରକାର। ବଞ୍ଚିଯାଏ ବହୁ ମୂଲ୍ୟ ଜୀବନ। ବିମାନ ବନ୍ଦରରେ ପହଞ୍ଜିବା ପରେ ବନ୍ଦେ ମାତରମ ସ୍ଲୋଗାନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରାଏଲରେ ଫସିରହିଥିବା ଭାରତୀୟ । ପ୍ରତିକ୍ରିୟାରେ କହିଛନ୍ତି ମୋଦି ସରକାରଙ୍କୁ ଧନ୍ୟବାଦ ଆମକୁ ସୁରକ୍ଷିତ ଭାବେ ଭାରତରେ ପହଞ୍ଜାଇଥିବାରୁ। ଇସ୍ରାଏଲ-ହମାସ ଯୁଦ୍ଧକୁ ୧୦ ଦିନକୁ ଉର୍ଦ୍ଦ ବିତିଥିବାବେଳେ ୫ହଜାର ମୁଣ୍ଡ ଗଡିଛି। ୨ଦେଶ ଏବେ ଧ୍ଵସଂ ସ୍ତୁପରେ ପରିଣତ ହେବାକୁ ଯାଉଛି।
ଯୁଦ୍ଧ ଭିତରେ ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ସରକାର ଅପରେସନ ଅଜୟ ମାଧ୍ୟମରେ ଉଦ୍ଧାର କରିଛନ୍ତି। ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ଅପରେସନ୍ ଅଜୟ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ଲାଗି ସ୍ୱତନ୍ତ୍ର ଚାଟାର୍ଟ ଫ୍ଲାଇଟ ପଠାଇବା ସହ ଅନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏନେଇ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଅପରେସନ ଅଜୟ ମାଧ୍ୟମରେ ୪ଟି ପର୍ଯ୍ୟାୟରେ ଏଯାଏ ଉଦ୍ଧାର ହେଲେଣି ୧ହଜାରରୁ ଉର୍ଦ୍ଦ ଭାରତୀୟ। ଦିଲ୍ଲୀରେ ପହଞ୍ଜିବା ପରେ ଭାରତୀୟମାନେ ଯୁଦ୍ଧଭୂମିର ଅନୁଭୂତି ବଖାଣିଛନ୍ତି । ସାଇରନ ବାଜିଲେ କିପରି ବଙ୍କର ଭିତରକୁ ଯାଇ ଜୀବନ ବଞ୍ଚାଇବାକୁ ପଡ଼ୁଥିଲା ତାହା ବର୍ଣ୍ଣନା କରିଛନ୍ତି । ଏହାସହ ଅପରେସନ୍ ଅଜୟକୁ ଖୁବ୍ ପ୍ରଶଂସା କରିଛନ୍ତି ଇସ୍ରାଏଲରୁ ଫେରିଥିବା ଭାରତୀୟ ମାନେ।