ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ଅଁଳାରେ ରହିଛି ଅନେକ ଔଷଧିୟ ଗୁଣ । ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି। ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ। ତେବେ ଆସନ୍ତୁ ଜାଣିବା, ଆଁଳା ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।
ଅଁଳା ପାଉଡରରେ ଭିଟାମିନ-C ଭରପୁର ମାତ୍ରାରେ ରହିଛି । ପ୍ରତିଦିନ ଅଁଳା ପାଉଡର ସେବନ କରିବା ଦ୍ୱାରା ଆମ ଶରୀରର ରକ୍ତ କଣିକା ସୁଦ୍ଧ ହେବା ସହ ଶକ୍ତାଶାଳୀ ହୋଇଥାଏ । ଏଥିସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ଏହାଦ୍ୱାରା ସହଜରେ ସଂକ୍ରମଣ ସହ ଲଢ଼ି ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଅଁଳା ପାଉଡରର ଅନ୍ୟ ଏକ ଲାଭ ହେଉଛି ଏହା କୋଲେଷ୍ଟ୍ରୋଲ କମ କରିଥାଏ । ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ । ଏଥିସହ ହୃଦରୋଗ ଭଳି ଆ ଶଙ୍କା କମ କରିଥାଏ।
ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ କ୍ୟାନସର୍ ସୃଷ୍ଟିକାରୀ କାର୍ସିନୋଜେନିକ୍ କୋଷର ବୃଦ୍ଧିକୁ ରୋକିଥାଏ ଏବଂ କ୍ୟାନସରଠାରୁ ରକ୍ଷା କରିଥାଏ। ଏଥିସହ ବ୍ଲଡ ସୁଗାର ମାତ୍ରା ନିୟନ୍ତ୍ରଣରେ ରହେ ।
ପ୍ରତିଦିନ ଅଁଳା ପାଉଡର ସେବନ କରିବା ଦ୍ୱାରା ତ୍ୱଚା ସଫା ହେବା ସହ ଏକ ଭିନ୍ନ ଚମକ ଆସିଥାଏ । ତ୍ୱଚାର ଚମକ ପାଇଁ ଅଁଳା ପାଉଡରରେ ମହୁ, ଏବଂ ଦହି ମିଶାଇ ଏକ ପେଷ୍ଟ ତିଆରି କରି ୧୦ ମିନିଟ ଯାଏଁ ମୁହଁରେ ଲଗାଇ ପାରିବେ । ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାଦ୍ୱରା ତ୍ୱଚା ପରିସ୍କାର ହେବା ସହ ଚିକ୍କଣ ରହିଥାଏ ।
ଅଁଳା ପାଉଡର ହଜମ ପ୍ରକ୍ରିୟା ପାଇଁ ଚମତ୍କାର ଭାବେ କାମ କରିଥାଏ । କୋଷ୍ଠକାଠିନ୍ୟ ପାଇଁ ଏହା ଏକ ପ୍ରଭାବଶାଳୀ ଉପଶମ । ଅଁଳା ଫଳର ଶୁଖିଲା ପାଉଡର ମଧ୍ୟ ହାଇପରଆସିଡିଟି ଏବଂ ପେଟ ଅଲସର ପାଇଁ ଏକ ଉତ୍ତମ ଘରୋଇ ଉପଚାର । ପେଟ ପାଇଁ ଅଁଳାକୁ ସୁପର ଫୁଡ୍ ବୋଲି କୁହାଯାଏ । ମେଟାବୋଲିଜିମ୍କୁ ମଜବୁତ୍ କରି ପେଟରେ ଖାଦ୍ୟ ବର୍ଣ୍ଣିଙ୍ଗ୍ ପ୍ରୋସେସ୍କୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ ।