ଓଡ଼ିଶା 365 (ବ୍ୟୁରୋ): ପ୍ରଥମଥର ଓ୍ବାଇ ପ୍ଲସ ସିକ୍ୟୁରିଟିଙ୍କ ସହ ନଜର ଆସିଲେ କିଙ୍ଗଖାନ୍ ଶାହରୁଖ ଖାନ୍ । ତାଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ସୁରକ୍ଷା ଦେଇଥିଲେ । ଖବର ମୁତାବକ କୁଛ କୁଛ ହୋତା ହୈ ର ୨୫ତମ ବାର୍ଷିକୀ ଉତ୍ସବ ମୁମ୍ବାଇରେ ଅନଷ୍ଠିତ ହୋଇଥିଲା । ଏହାର ସ୍ପେଶାଲ ସ୍କ୍ରିନିଂ ପାଇଁ କରଣ ଜୋହର ଏବଂ ରାନୀ ମୁଖାର୍ଜୀଙ୍କ ସହ ମୁମ୍ବାଇର ଏକ ଥିଏଟରରେ ପହଞ୍ଚିଥିଲେ ଶାହରୁଖ । ଯାହାର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଶାହାରୁଖଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନ ମନ୍ନତରୁ କଡା ସୁରକ୍ଷା ମଧ୍ୟରେ ବାହାରୁଥିବାର ନଜର ଆସିଛନ୍ତି । ଏବଂ କାରରେ ବସିଥିବା ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଘେରି ରହିଥିଲେ।ଯାହା ଭାଇରାଲ୍ ହେବାରେ ଲାଗିଛି ।
ସୂଚନା ମୁତାବକ, ଶାହରୁଖଙ୍କୁ ହତ୍ୟା ଧମକ ମିଳିଥିବା କାରଣରୁ ମହାରାଷ୍ଟ୍ର ପୋଲିସ ତାଙ୍କ ଜୀବନ ପ୍ରତି ବିପଦକୁ ଦୃଷ୍ଟିରେ ରଖି ଶାହାରୁଖଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା କଭର ପ୍ରଦାନ କରିଥିଲା। ଏହି ଓ୍ବାଇପ୍ଲସ କଭରରେ ୧୧ଜଣ ସୁରକ୍ଷା କର୍ମୀ ଅନ୍ତର୍ଭୁକ୍ତ ହେବାସହ ୬ଟି କମାଣ୍ଡୋ ଏବଂ ପୋଲିସ ଏସକର୍ଟ ଗାଡି ରହିଛି ।